ନଦୀରେ ବିପଦସଙ୍କୁଳ ପରିସ୍ଥିତିରେ ଫସି ରହିଥିବା ୫ ଜଣଙ୍କୁ ଉଦ୍ଧାର
ମାଲକାନଗିରି, ୨୫ ସେପ୍ଟେମ୍ବର (ହି.ସ.)- ବର୍ଷା ଯୋଗୁଁ ମାଥିଲି ବ୍ଲକରେ ନଦୀ ଜଳସ୍ତର ବୃଦ୍ଧି ପାଇଛି । ମାଥିଲି ସଦର ପଞ୍ଚାୟତ ଅନ୍ତର୍ଗତ ଗାଙ୍ଗରାଜଗୁମ୍ମା ଗ୍ରାମର ନଦୀ ଆରପାରିରେ ରହୁଥିବା ଏକ ପରିବାର ବିପଦସଙ୍କୁଳ ପରିସ୍ଥିତିରେ ଫସି ରହିଥିଲେ । ବର୍ଷା ଯୋଗୁଁ ନଦୀରେ ଜଳପତ୍ତନ ବୃଦ୍ଧି ପାଇବାରୁ ପ
ନଦୀରେ ବିପଦସଙ୍କୁଳ ପରିସ୍ଥିତିରେ ଫସି ରହିଥିବା ୫ ଜଣକୁ ଉଦ୍ଧାର


ମାଲକାନଗିରି, ୨୫ ସେପ୍ଟେମ୍ବର (ହି.ସ.)-

ବର୍ଷା ଯୋଗୁଁ ମାଥିଲି ବ୍ଲକରେ ନଦୀ ଜଳସ୍ତର ବୃଦ୍ଧି ପାଇଛି । ମାଥିଲି ସଦର ପଞ୍ଚାୟତ ଅନ୍ତର୍ଗତ ଗାଙ୍ଗରାଜଗୁମ୍ମା ଗ୍ରାମର ନଦୀ ଆରପାରିରେ ରହୁଥିବା ଏକ ପରିବାର ବିପଦସଙ୍କୁଳ ପରିସ୍ଥିତିରେ ଫସି ରହିଥିଲେ । ବର୍ଷା ଯୋଗୁଁ ନଦୀରେ ଜଳପତ୍ତନ ବୃଦ୍ଧି ପାଇବାରୁ ପରିବାର ନିଜ ଘରୁ ସୁରକ୍ଷିତ ସ୍ଥାନକୁ ଆସିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଖବର ପାଇ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସାରାବୁ ଓ ମାଥିଲି ବିଡ଼ିଓ ପ୍ରମୋଦ କୁମାର ବେହେରା ଘଟଣାସ୍ଥଳରେ ଉପସ୍ଥିତ ରହି ପରିବାର ସଦସ୍ୟଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରି ସୁରକ୍ଷିତ ସ୍ଥାନକୁ ଆସିବାକୁ ବୁଝାଇଥିଲେ । ପରେ ରାତ୍ରରେ ମାଥିଲି ଅଗ୍ନିଶମ ବିଭାଗ ପକ୍ଷରୁ ନଦୀପାର ହୋଇ ଉକ୍ତ ପରିବାରର ୫ ଜଣ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande