ଓଡିଶା ଟି-୨୦ ଲିଗ୍ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍କାର ଓ ଯୋଗେଶ୍ୱର ମନୋନିତ
ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.) ଓଡିଶା ଟି-୨୦ କ୍ରିକେଟ ଲିଗ୍ ୨୦୨୬ ସିଏମ୍ ଟ୍ରଫି ପାଇଁ ବଲାଙ୍ଗିର ଜିଲ୍ଲାର ତିନି ଉଦୀୟମାନ କ୍ରିକେଟ ପ୍ରତିଭା ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କଣ୍ଟାବାଞ୍ଜି ସହରର ଦିବ୍ୟମ ଛାପଡିଆ, ବଲାଙ୍ଗିର ସହରର ଓମ୍କାର ମହାନ୍ତି ଏବଂ ଯୋଗେଶ୍ୱର ବାଗ ଏହି ପ
ଓଡିଶା ଟି-୨୦ ଲିଗ୍ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍କାର ଓ ଯୋଗେଶ୍ୱର ମନୋନିତ

ଓଡିଶା ଟି-୨୦ ଲିଗ୍ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍କାର ଓ ଯୋଗେଶ୍ୱର ମନୋନିତ

ଓଡିଶା ଟି-୨୦ ଲିଗ୍ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍କାର ଓ ଯୋଗେଶ୍ୱର ମନୋନିତ

ଓଡିଶା ଟି-୨୦ ଲିଗ୍ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍କାର ଓ ଯୋଗେଶ୍ୱର ମନୋନିତ

ଓଡିଶା ଟି-୨୦ ଲିଗ୍ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍କାର ଓ ଯୋଗେଶ୍ୱର ମନୋନିତ

ଓଡିଶା ଟି-୨୦ ଲିଗ୍ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍କାର ଓ ଯୋଗେଶ୍ୱର ମନୋନିତ

ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.) ଓଡିଶା ଟି-୨୦ କ୍ରିକେଟ ଲିଗ୍ ୨୦୨୬ ସିଏମ୍ ଟ୍ରଫି ପାଇଁ ବଲାଙ୍ଗିର ଜିଲ୍ଲାର ତିନି ଉଦୀୟମାନ କ୍ରିକେଟ ପ୍ରତିଭା ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କଣ୍ଟାବାଞ୍ଜି ସହରର ଦିବ୍ୟମ ଛାପଡିଆ, ବଲାଙ୍ଗିର ସହରର ଓମ୍କାର ମହାନ୍ତି ଏବଂ ଯୋଗେଶ୍ୱର ବାଗ ଏହି ପ୍ରତିଷ୍ଠିତ ଟି-୨୦ ଲିଗ୍ରେ ଭିନ୍ନ ଭିନ୍ନ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ଓମ୍କାର ମହାନ୍ତି ଙ୍କୁ ରାଉରକେଲା ଦଳ ଏବଂ ଯୋଗେଶ୍ୱର ବାଗଙ୍କୁ କେଉଁଝର ଦଳ ପକ୍ଷରୁ ମୋନୀତ କରାଯାଇଛି । ଦିବ୍ୟମ ଛାପଡିଆ ମଧ୍ୟ ରାଉରକେଲା ଦଳରୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ପାଇଛନ୍ତି । ବଲାଙ୍ଗିର ମାଟିରୁ ତିନି ଜଣ ଯୁବ କ୍ରିକେଟର ରାଜ୍ୟସ୍ତରୀୟ ଟ-୨୦ ପ୍ରତିଯୋଗିତା ରେ ସ୍ଥାନ ପାଇବା ଜିଲ୍ଲାର କ୍ରୀଡାପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଛି । ଏହି ଚୟନ ଜିଲ୍ଲାର ଉଦୀୟମାନ କ୍ରିକେଟ ପ୍ରତିଭାଙ୍କ ପାଇଁ ଏକ ନୂଆ ଆଶା ଓ ପ୍ରେରଣା ସୃଷ୍ଟି କରିଛି । ଏହି ଗୌରବମୟ ସଫଳତା ପାଇଁ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଦିବ୍ୟମ ଛାପଡିଆ, ଓମ୍କାର ମହାନ୍ତି ଓ ଯୋଗେଶ୍ୱର ବାଗଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି । ଆଗାମୀ ଦିନରେ ସେମାନେ ନିଜ ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ବଲାଙ୍ଗିର ତଥା ଓଡିଶା ର ଗୌରବ ବଢାଇବେ ବୋଲି କ୍ରୀଡାପ୍ରେମୀମାନେ ଆଶା ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande