
ମାଲକାନଗିରି , ୨୫ ସେପ୍ଟେମ୍ବର (ହି.ସ.)ରାଜ୍ୟ ବିଜୁ ଜନତା ଦଳର ସଂଗଠନ ଆହୁରି ମଜବୁତ୍ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ଜନଜାତି ସେଲର ନୂତନ ସାଂଗଠନିକ କମିଟି ଘୋଷଣା କରିଥିବା ବେଳେ ରାଜ୍ୟ ଜନଜାତି ସେଲର ନୂତନ ସାଂଗଠନିକ କମିଟିର ରାଜ୍ୟ ଉପ ସଭାପତି ଭାବେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମି ଙ୍କୁ ନିଯୁକ୍ତି କରିଛନ୍ତି । ଏଥିରେ ମାଲକାନଗିରି ଜିଲ୍ଲାର ସମସ୍ତ ଜନଜାତି ତଥା ମାଲକାନଗିରି ଜିଲ୍ଲା ବାସୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ