ପ୍ରବଳ ବର୍ଷା ସତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ
ଜୟପୁର , ୨୫ ସେପ୍ଟେମ୍ବର (ହି.ସ.) - ରାୟଗଡ଼ା ଡିଭିଜନ ଅଧୀନସ୍ଥ କୋରାପୁଟ–ରାୟଗଡ଼ା ଏବଂ କୋରାପୁଟ–ଜୟପୁର ରେଳ ସେକ୍ସନରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଓ ମାଟି ଧସିବା ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ପୂର୍ବ ତଟ ରେଳପଥ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ପୁନରୁଦ୍ଧାର କାର୍ଯ୍ୟ ଏବଂ ଯାତ୍ର
ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ


ଜୟପୁର , ୨୫ ସେପ୍ଟେମ୍ବର (ହି.ସ.) - ରାୟଗଡ଼ା ଡିଭିଜନ ଅଧୀନସ୍ଥ କୋରାପୁଟ–ରାୟଗଡ଼ା ଏବଂ କୋରାପୁଟ–ଜୟପୁର ରେଳ ସେକ୍ସନରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଓ ମାଟି ଧସିବା ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ପୂର୍ବ ତଟ ରେଳପଥ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ପୁନରୁଦ୍ଧାର କାର୍ଯ୍ୟ ଏବଂ ଯାତ୍ରୀ ସୁବିଧା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି ।

ଟ୍ରେନ୍ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ରେଳବାଇର ଅଧିକାରୀ ଓ କର୍ମଚାରୀମାନେ ଦିନରାତି କାର୍ଯ୍ୟ କରୁଛନ୍ତି। ଏଥିସହିତ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା ଯୋଗୁଁ ଅଟକି ରହିଥିବା କିମ୍ବା ପ୍ରଭାବିତ ହୋଇଥିବା ଯାତ୍ରୀମାନଙ୍କୁ ପରିବହନ, ଖାଦ୍ୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି।

ବିଭିନ୍ନ ପ୍ରଭାବିତ ସ୍ଥାନରେ ପୁନରୁଦ୍ଧାର ଓ ସୁରକ୍ଷା କାର୍ଯ୍ୟ ପାଇଁ ପ୍ରାୟ ୩୦୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ଛତଡିପୁଟ – ୬୦ ଜଣ, ମାଲିଗୁଡ଼ା – ୧୫୦ ଜଣ, କେଉଟଗୁଡ଼ା ଓ ରାଉଲି – ୭୫ ଜଣ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ରେଳବାଇ ଅଧିକାରୀମାନେ ପୁନରୁଦ୍ଧାର କାର୍ଯ୍ୟର ନିରନ୍ତର ତଦାରଖ କରୁଛନ୍ତି। ଏହି ସମସ୍ତ କାର୍ଯ୍ୟରେ ନିରାପତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।

ଯାତ୍ରୀମାନଙ୍କ ପାଇଁ ବିଶେଷ ବସ୍ ସେବା - ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା ଯୋଗୁଁ ପ୍ରଭାବିତ ଯାତ୍ରୀମାନଙ୍କ ଆଗକୁ ଯାତ୍ରା ସୁବିଧାଜନକ କରିବା ପାଇଁ ରାୟଗଡ଼ା ଡିଭିଜନ ପକ୍ଷରୁ କୋରାପୁଟରୁ ଜଗଦଲପୁର ଓ ଜୟପୁର ଅଭିମୁଖେ ବସ୍ ବ୍ୟବସ୍ଥା କରାଯାଇଛି।

ଟ୍ରେନ୍ ନଂ.୧୮୦୦୫, ଯାହାକୁ କୋରାପୁଟରେ ସର୍ଟ-ଟର୍ମିନେଟ୍ (ଆଂଶିକ ବାତିଲ) କରାଯାଇଥିଲା, ସେଥିରେ ଯାତ୍ରା କରୁଥିବା ପ୍ରାୟ ୧୧୦ ଜଣ ଯାତ୍ରୀଙ୍କ ପାଇଁ ରାତିରେ ଜଗଦଲପୁର ଅଭିମୁଖେ ବସର ବ୍ୟବସ୍ଥା କରାଯାଇଥିଲା।

ଟ୍ରେନ୍ ନଂ. ୧୮୧୦୭ ଓ ୧୮୪୪୭ର ଯାତ୍ରୀମାନଙ୍କ ପାଇଁ ମଧ୍ୟ କୋରାପୁଟ ସର୍ଟ-ଟର୍ମିନେଟ୍ (ଆଂଶିକ ବାତିଲ) ଯୋଗୁଁ କୋରାପୁଟରୁ ଜୟପୁର ଓ ଜଗଦଲପୁର ଅଭିମୁଖେ ବସ୍ ବ୍ୟବସ୍ଥା କରାଯାଇଥିଲା।

କୋରାପୁଟରେ ୫ଟି ୫୮ ସିଟ୍ ବିଶିଷ୍ଟ ବସ୍ ଯାତ୍ରୀ ପରିବହନ ପାଇଁ ପ୍ରସ୍ତୁତ ରଖାଯାଇଥିଲା। ଆବଶ୍ୟକତା ପଡ଼ିଲେ ବ୍ୟବହାର ପାଇଁ ଆଉ ଏକ ବସ୍କୁ ଷ୍ଟାଣ୍ଡବାଏରେ ରଖାଯାଇଥିଲା।

ପରବର୍ତୀ ସମୟରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ଜଗଦଲପୁର ପାଇଁ ୨ଟି ବସ୍ ଏବଂ ଜୟପୁର ପାଇଁ ୧ଟି ବସର ବ୍ୟବସ୍ଥା କରାଯାଇଥିଲା। ଖାଦ୍ୟ, ପାନୀୟ ଜଳ ଓ କ୍ୟାଟରିଂ ବ୍ୟବସ୍ଥା ରାୟଗଡ଼ା ଡିଭିଜନ ପକ୍ଷରୁ ଷ୍ଟେସନ୍ ଓ ଅନ୍ୟାନ୍ୟ ସ୍ଥାନରେ ପ୍ରଭାବିତ ଯାତ୍ରୀମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦାମନଯୋଡ଼ିରେ: ପ୍ୟାକେଜ୍ ହୋଇଥିବା ପାନୀୟ ଜଳର ୫୦ କେସ୍ ୩୦୦ଟି ସମୋସା ପ୍ୟାକେଜ୍ ଖାଦ୍ୟ ସାମଗ୍ରୀ ବ୍ୟବସ୍ଥା କରାଯାଇଥିଲା।

ଟିକିରିରେ: ପ୍ୟାକେଜ୍ ହୋଇଥିବା ପାନୀୟ ଜଳ ୨୦ କେସ୍ ପ୍ୟାକେଜ୍ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। କୋରାପୁଟରେ, ଦୁଇଟି କ୍ୟାଟରିଂ ଷ୍ଟଲ୍ ମାଧ୍ୟମରେ ପ୍ରାୟ ୩୦୦ଟି ଲଂଚ ଥାଳି ଉପଲବ୍ଧ କରାଯାଇଥିଲା। ଟ୍ରେନ୍ ବିଳମ୍ବ କିମ୍ବା ଚଳାଚଳ ରେ ବାଧା ଯୋଗୁଁ ପ୍ରଭାବିତ ଯାତ୍ରୀମାନଙ୍କୁ ଏହି କଷ୍ଟକର ପରିସ୍ଥିତିରେ ଖାଦ୍ୟ ଓ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ଏହି ସମସ୍ତ ବ୍ୟବସ୍ଥା କରାଯାଇଛି।

ନିରନ୍ତର ତଦାରଖ ଓ ଯାତ୍ରୀ ସହାୟତା - ବରିଷ୍ଠ ରେଳବାଇ ଅଧିକାରୀଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପ୍ରଭାବିତ ସ୍ଥାନଗୁଡ଼ିକରେ ଉପସ୍ଥିତ ରହି ପୁନରୁଦ୍ଧାର କାର୍ଯ୍ୟ ଏବଂ ଯାତ୍ରୀ ସୁବିଧା ବ୍ୟବସ୍ଥାର ସମନ୍ୱୟ କରୁଛନ୍ତି।

ପ୍ରଭାବିତ ଅଂଚଳରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହିତ ଟ୍ରେନ୍ ଚଳାଚଳକୁ ନିୟନ୍ତ୍ରଣ କରାଯାଉଛି। ଆବଶ୍ୟକତା ଅନୁଯାୟୀ ଟ୍ରେନ୍ଗୁଡ଼ିକର ଗତି ଉପରେ ମଧ୍ୟ ନିୟନ୍ତ୍ରଣ ଲାଗୁ କରାଯାଉଛି। ରେଳ ଟ୍ରାକ୍ ଏବଂ ଏହାର ଆଖପାଖ ଅଂଚଳକୁ ସୁରକ୍ଷିତ ଘୋଷଣା ନକରିବା ପର୍ଯ୍ୟନ୍ତ ସାଧାରଣ ଟ୍ରେନ୍ ଚଳାଚଳ ପୁନଃସ୍ଥାପିତ କରାଯିବ ନାହିଁ। ଯାତ୍ରୀମାନଙ୍କ ସୁରକ୍ଷା ଓ ସୁବିଧା ଏବଂ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ରାୟଗଡ଼ା ଡିଭିଜନ ପକ୍ଷରୁ ଯଥାଶୀଘ୍ର ଟ୍ରେନ୍ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି।

ରାୟଗଡ଼ା ଡିଭିଜନର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି, ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳ ଏବଂ ସେମାନଙ୍କ ଯାତ୍ରା ଯୋଜନା ସମ୍ପର୍କରେ ଅବଗତ ରହିବାକୁ ପରାମର୍ଶ ଦିଆଯାଉଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande