ବନ୍ୟାରେ ୬ଟି ବ୍ଲକ୍ର ୫୨୩୭୭.୮୮ ହେକ୍ଟର ଚାଷଜମି ପ୍ରଭାବିତ, ୩୩ ପ୍ରତିଶତରୁ କମ୍ ୩୭୧୪୩ ହେକ୍ଟର, ୩୨୧୫୯ ହେକ୍ଟର ବୃଷ୍ଟିୁପୃଷ୍ଠ ଓ ୪୯୮୪ ହେକ୍ଟର ଜଳସେଚିତ
ଭଦ୍ରକ, ୨୫ ସେପ୍ଟେମ୍ବର (ହି.ସ.) - ଗତ ବନ୍ୟାରେ ଜିଲାରେ ବନ୍ତ ବ୍ଲକ୍କୁ ବାଦ୍ ଦେଲେ ଅନ୍ୟ ୬ଟି ବ୍ଲକ୍ରେ ୫୨ ହଜାର ୩୭୭.୮୮ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ଏହାମଧ୍ୟରୁ ୩୭ ହଜାର ୧୪୩ ହେକ୍ଟର ଚାଷଜମିରେ ୩୩ ପ୍ରତିଶ୍ରତରୁ କମ୍ ଜମି କ୍ଷତିଗ୍ରସ୍ତ ହୋଇଛି। ୩୩ ପ୍ରତିଶ୍ରତରୁ କମ୍ ଜମି କ୍ଷତିଗ୍ରସ୍ତ
SIX BLOCK CHASAJAMI PRABHABITA-1


ଭଦ୍ରକ, ୨୫ ସେପ୍ଟେମ୍ବର (ହି.ସ.) - ଗତ ବନ୍ୟାରେ ଜିଲାରେ ବନ୍ତ ବ୍ଲକ୍କୁ ବାଦ୍ ଦେଲେ ଅନ୍ୟ ୬ଟି ବ୍ଲକ୍ରେ ୫୨ ହଜାର ୩୭୭.୮୮ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ଏହାମଧ୍ୟରୁ ୩୭ ହଜାର ୧୪୩ ହେକ୍ଟର ଚାଷଜମିରେ ୩୩ ପ୍ରତିଶ୍ରତରୁ କମ୍ ଜମି କ୍ଷତିଗ୍ରସ୍ତ ହୋଇଛି। ୩୩ ପ୍ରତିଶ୍ରତରୁ କମ୍ ଜମି କ୍ଷତିଗ୍ରସ୍ତ ହୋଇଥିବା ଚାଷଜମି ମଧ୍ୟରେ ୩୨ ହଜାର ୧୫୯ ହେକ୍ଟର ବୃଷ୍ଟିପୃଷ୍ଟ ଚାଷଜମି (ରେନ୍ ଫାଏଡ) ଓ ୪ ହଜାର ୯୮୪ ହେକ୍ଟର ଜଳସେଚିତ ଜମି। ତିହିଡି ବ୍ଲକ୍ରେ ସର୍ବାଧିକ ୧୭ ହଜାର ୮୮୬.୯୯ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ଏହାମଧ୍ୟରୁ ୩୩ ପ୍ରତିଶ୍ରତରୁ କମ୍ ୯ ହଜାର ୨୩୫ ହେକ୍ଟର ଜମି ନଷ୍ଟ ହୋଇଛି। ଏହାମଧ୍ୟରୁ ୭ ହଜାର ୧୩୧ ହେକ୍ଟର ବୃଷ୍ଟିପୁଷ୍ଠ ଓ ୨ ହଜାର ୧୦୪ ହେକ୍ଟର ଜଳସେଚିତ। ସେହିପରି ବାସୁଦେବପୁର ବ୍ଲକ୍ରେ ୧୫ ହଜାର ୩୧.୮୬ ହେକ୍ଟର ଚାଷଜମି ପ୍ରଭାବିତ ମଧ୍ୟରୁ ୩୩ ପ୍ରତିଶ୍ରତରୁ କମ୍ ୯ ହଜାର ୬୯୪ ହେକ୍ଟର ଜମି ନଷ୍ଟ ହୋଇଛି। ଏହାମଧ୍ୟରୁ ୮ ହଜାର ୧୨୮ ହେକ୍ଟର ବୃଷ୍ଟିପୁଷ୍ଠ ଓ ୧ ହଜାର ୫୬୬ ହେକ୍ଟର ଜଳସେଚିତ। ଚାନ୍ଦବାଲି ବ୍ଲକ୍ରେ ୧୧ ହଜାର ୨ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ଧାମନଗର ବ୍ଲକ୍ରେ ୭ ହଜାର ୨୪୫ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ଏହାମଧ୍ୟରୁ ୩୩ ପ୍ରତିଶ୍ରତରୁ କମ୍ ୬ ହଜାର ୩୫୯ ହେକ୍ଟର ଜମି ନଷ୍ଟ ହୋଇଛି। ଏହାମଧ୍ୟରୁ ୫ ହଜାର ୬୨୧ ହେକ୍ଟର ବୃଷ୍ଟିପୁଷ୍ଠ ଓ ୭୩୮ ହେକ୍ଟର ଜଳସେଚିତ। ଅନୁରୂପ ଭଣ୍ଡାରିପୋଖରୀ ବ୍ଲକ୍ରେ ୮୨୪ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ଏହାମଧ୍ୟରୁ ୩୩ ପ୍ରତିଶ୍ରତରୁ କମ୍ ୬୪୫ ହେକ୍ଟର ଜମି ନଷ୍ଟ ହୋଇଛି। ଏହାମଧ୍ୟରୁ ୧୩୦ ହେକ୍ଟର ବୃଷ୍ଟିପୁଷ୍ଠ ଓ ୫୧୫ ହେକ୍ଟର ଜଳସେଚିତ, ସେହିଭଳି ଭଦ୍ରକ ବ୍ଲକ୍ରେ ୨୦୮ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ଏହାମଧ୍ୟରୁ ୩୩ ପ୍ରତିଶ୍ରତରୁ କମ୍ ୨୦୮ ହେକ୍ଟର ଜମି ନଷ୍ଟ ହୋଇଛି। ଏହାମଧ୍ୟରୁ ୧୪୭ ହେକ୍ଟର ବୃଷ୍ଟିପୁଷ୍ଠ ଓ ୬୧ ହେକ୍ଟର ଜଳସେଚିତ ଜମି ବୋଲି ପ୍ରଶାସନର କୃଷି ଓ ରାଜସ୍ୱ ବିଭାଗର ମିଳିତ ତଦନ୍ତ ରିପୋର୍ଟରୁ ଜଣାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande