


ବଲାଙ୍ଗିର, ୨୫ ସେପ୍େଟମ୍ବର (ହି.ସ.) - ଅଦ୍ୟ ୧୧ଘଟିକା ସମୟରେ ବିଦ୍ୟାଳୟ ରେ ନମାମି ଭାରତ କାର୍ଯ୍ୟକ୍ରମ ଅବସରରେ ସାମୂହିକ ବନ୍ଦେ ମାତରଂ ଗାନ ତ୍ରିବିକ୍ରମ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶିବ ପ୍ରସାଦ ତ୍ରିପାଠୀ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ, ମୁଖ୍ୟ ବକ୍ତା ରୂପେ ଡା.ଗୋଦାବରିଶ ରଥ ଯୋଗ ଦେଇ ସମବେତ ଛାତ୍ର ଛାତ୍ରୀ, ଅଭିଭାବକ ଅଭିଭାବିକା ଓ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ ବନ୍ଦେ ମାତରଂ ର ମହତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ନୀଳାଚଳ ଚିରଗୁନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟ କ୍ରମ ରେ ୧୪୦୦ ସଂଖ୍ୟା ରେ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ