ସେବା ସଂକଳ୍ପ ଅଭିଯାନରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଶିବିର
କେନ୍ଦୁଝର, 25 ସେପ୍ଟେମ୍ବର (ହି.ସ.) ସେବା ସଂକଳ୍ପ ଅଭିଯାନ ଅବସରରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭, ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ରାସନ କାର୍ଡ, ଆବାସ ଯୋଜନା, ରାସ୍ତା, ସରକାରୀ ଜମି ଜବରଦଖଲ, ବନ୍ଧ ଓ ପୋଖରୀ ସଫେଇ, ସ୍ୱ
Seba sanklpa


କେନ୍ଦୁଝର, 25 ସେପ୍ଟେମ୍ବର (ହି.ସ.) ସେବା ସଂକଳ୍ପ ଅଭିଯାନ ଅବସରରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭, ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ରାସନ କାର୍ଡ, ଆବାସ ଯୋଜନା, ରାସ୍ତା, ସରକାରୀ ଜମି ଜବରଦଖଲ, ବନ୍ଧ ଓ ପୋଖରୀ ସଫେଇ, ସ୍ୱଚ୍ଛତା, ଜଳ ସଂରକ୍ଷଣ, ବର୍ଜ୍ୟବସ୍ତୁ ପୃଥକୀକରଣ ଓ ପରିଚାଳନା ଆଦି ସମ୍ପର୍କରେ ଲୋକେ ଅଭିଯୋଗ ଜଣାଇଥିଲେ।ରଜିଆ, କାଳିକାପ୍ରସାଦ ଓ କୁଟାରୀପଶି ପଞ୍ଚାୟତର ଲୋକଙ୍କୁ ନେଇ ଆୟୋଜିତ ଏହି ଶିବିରରେ ବିଡିଓ ସ୍ମୃତି ରଞ୍ଜନ ସାହୁ ଓ ବିଧାୟକଙ୍କ ପ୍ରତିନିଧି ଭାବଗ୍ରାହୀ ମାହାନ୍ତଙ୍କ ସମେତ ତିନି ପଞ୍ଚାୟତର ସରପଞ୍ଚ ଓ ପିଏସ୍ ମେମ୍ବରମାନେ ଯୋଗଦେଇଥିଲେ।ଶିବିରରେ ହିତାଧିକାରୀଙ୍କୁ ରାସନ କାର୍ଡ ଓ ଭତ୍ତା କାର୍ଡ ବଣ୍ଟନ କରାଯିବା ସହ ଲକ୍ଷପତି ଦିଦିମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ପ୍ରାଣୀଧନ ବିଭାଗ, ରାଜସ୍ୱ ବିଭାଗ, ବ୍ୟାଙ୍କ, କୃଷି ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ ଓ ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ସମ୍ପର୍କରେ ଅବଗତ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande