ଜିଲ୍ଲାସ୍ତରୀୟ ‘ସେବା ସଙ୍କଳ୍ପ ଅଭିଯାନ-୨୦୨୬ ଅନ୍ତର୍ଗତ ବୃକ୍ଷରୋପଣ ଦିବସ
ବଲାଙ୍ଗିର 5 ସେପ୍ଟେମ୍ବର (ହି.ସ.) ବଲାଙ୍ଗୀର ମହିଳା ମହାବିଦ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ‘ସେବା ସଙ୍କଳ୍ପ ଅଭିଯାନ-୨୦୨୬ ଅନ୍ତର୍ଗତ ବୃକ୍ଷରୋପଣ ଦିବସ’ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା, ସ୍ୱଚ୍ଛତା ଓ ସାମାଜିକ ଦାୟିତ୍ୱ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ଏକ ସବୁଜ ଓ
ଜିଲ୍ଲାସ୍ତରୀୟ ‘ସେବା ସଙ୍କଳ୍ପ ଅଭିଯାନ-୨୦୨୬ ଅନ୍ତର୍ଗତ ବୃକ୍ଷରୋପଣ ଦିବସ


ବଲାଙ୍ଗିର 5 ସେପ୍ଟେମ୍ବର (ହି.ସ.)

ବଲାଙ୍ଗୀର ମହିଳା ମହାବିଦ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ‘ସେବା ସଙ୍କଳ୍ପ ଅଭିଯାନ-୨୦୨୬ ଅନ୍ତର୍ଗତ ବୃକ୍ଷରୋପଣ ଦିବସ’ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା, ସ୍ୱଚ୍ଛତା ଓ ସାମାଜିକ ଦାୟିତ୍ୱ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ଏକ ସବୁଜ ଓ ସୁନ୍ଦର ବଲାଙ୍ଗୀର ଗଠନର ବାର୍ତ୍ତା ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାର, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା, ବ୍ଲକ ଅଧ୍ୟକ୍ଷା ସରିତା ବାଗ, ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ ସିଂ ବରିହା ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ମିଶ୍ର ମଞ୍ଚାସୀନ ଥିଲେ।

କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ବିଭିନ୍ନ ଫଳଦାୟୀ ବୃକ୍ଷର ଚାରା ବଣ୍ଟନ କରାଯାଇଥିଲା। ଚାରାଗୁଡ଼ିକୁ ରୋପଣ କରିବା ସହ ନିୟମିତ ଯତ୍ନ ଓ ସୁରକ୍ଷା ନେବା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା। ଏହି ଅବସରରେ ପ୍ରଶାସନ ପକ୍ଷରୁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପରିଷଦର ଏପିଡି ଅଶୋକ କୁମାର ମାଝୀ, ନିର୍ବାହୀ ଅଧିକାରୀ ପୌରପରିଷଦ ସନ୍ତୋଷ କୁମାର ବେହେରା, ମହିଳା ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା, ଛାତ୍ରୀ ଓ ଅନ୍ୟମାନେ ଏଥିରେ ସାମିଲ ହୋଇ ପରିସର ସଫେଇ କରିଥିଲେ।

ପରେ ବଲାଙ୍ଗୀର ବ୍ଲକ ଅନ୍ତର୍ଗତ ଖୁଜେନପାଲି ଗ୍ରାମ ନିକଟରେ ‘ଏକ ପେଡ୍ ମା' କେ ନାମ’ ଓ ‘ସେବା ସଙ୍କଳ୍ପ ଅଭିଯାନ’ ଅଧୀନରେ ଜିଲ୍ଲାସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ବ୍ୟାପକ ଭାବେ ଚାରାରୋପଣ କରାଯାଇ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଥିଲା।

ଏଥିସହ ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କ୍ରମରେ ୨ ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଛି। ଚାରାରୋପଣ ସହ ଏହାର ଯତ୍ନ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏକ ସବୁଜ, ସୁସ୍ଥ ଓ ସୁନ୍ଦର ବଲାଙ୍ଗୀର ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande