
ଘଟଗାଁ ,୨୫ ସେପ୍ଟେମ୍ବର (ହି.ସ.) ବାଙ୍ଗାଲୋରରେ ଓଡ଼ିଆ ଯୁବତୀକୁ ନିର୍ଯାତନା ଅଭିଯୋଗ ପରେ ହ୍ୱାଇଟଫିଲଡ଼ ପୁଲିସ ଓ ମା ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ ସଦସ୍ୟ ସହଯୋଗରେ ଯୁବତୀ ଉଧାର। ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ମଣ୍ଡୁଆ ଗାଁର ସ୍ମୃତି ନାଏକକୁ କେବଳ ଛୁଆ ଦେଖାଶୁଣା କାମ କହି ବାଙ୍ଗାଲୋର ନେବା ପରେ କେବଳ ଛୁଆ ନୁହେଁ ବଂର ଦିନସାରା ଘରୋଇ କାମରେ ନିୟୋଜିତ କରାଯାଉଥିବା ଏବଂ ରାତି ପ୍ରାୟ ୧୧ ଟାରୁ ୧୨ଟା ପର୍ଯ୍ୟନ୍ତ କାମ କରାଯାଉଥିବା ସହ ତାଙ୍କୁ ବାସି ଖାଦ୍ୟ ଦିଆ ଯାଉଥିବା ନେଇ ସ୍ମୁତି ଅଭିଯୋଗ କରିଥିଲେ। ଯାହା ଫଳରେ ଘଟଣାରେ ଅସୁବିଧା ଅନୁଭବ କରି ସ୍ମୃତି ରାତି ପ୍ରାୟ ୧୧ଟା ସମୟରେ ବାଙ୍ଗାଲୋରରେ ରହୁଥିବା ତାଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଫୋନ କରି ସହାୟତା ମାଗିଥିଲେ। ପରେ ତାଙ୍କ ଭଉଣୀ ଓ ଭିଣୋଇ ‘ମା’ ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ, ବାଙ୍ଗାଲୋର’ ସହ ଯୋଗାଯୋଗ କରିଥିଲେ। ସୂଚନା ପାଇ ଟ୍ରଷ୍ଟର ସଦସ୍ୟ ମାନେ ତୁରନ୍ତ ହ୍ୱାଇଟଫିଲ୍ଡ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ପୋଲିସର ସହଯୋଗରେ ସ୍ମୃତିଙ୍କୁ ସେଠାରୁ ଉଦ୍ଧାର କରି ତାଙ୍କ ସମ୍ପର୍କୀୟ ନିକଟରେ ଛାଡିଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ଯଦିଓ ଗାଁ ଓ ଦୂରଦୂରାନ୍ତ ଅଞ୍ଚଳରୁ ଭଲ ଚାକିରି ଏବଂ ଭଲ ଦରମାର ପ୍ରତିଶୃତି ଦେଇ ଯୁବତୀ ମାନଙ୍କୁ ବାଙ୍ଗାଲୋର ସହରକୁ ଆଣିବା ପରେ କେହି ଏହିଭଳି ନିର୍ଯାତନା କିମ୍ବା ଶୋଷଣର ଶିକାର ହେଉଛନ୍ତି, ତେବେ ସେମାନେ ଭୟ ନକରି ସହାୟତା ମାଗିବା ଆବଶ୍ୟକ। ଏଭଳି ଅସୁବିଧାରେ ପଡ଼ିଥିବା ଓଡ଼ିଆ ଭାଇଭଉଣୀ ମାନେ ‘ମା’ ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ, ବାଙ୍ଗାଲୋର’ ସହ ଯୋଗାଯୋଗ କଲେ, ଟ୍ରଷ୍ଟ ପକ୍ଷରୁ ସମ୍ଭବ ଅନୁସାରେ ସହଯୋଗ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ଜଣା ଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ