

ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.) ଗତ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ସ୍ଥିତ ଡିଡି ସ୍ପୋର୍ଟସ ଗ୍ରାଉଣ୍ଡରେ ଏସ୍ଜିଏଫଆଇ ରାଜ୍ୟ ସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ ୪୫୦ ପ୍ରତିଯୋଗୀ ଭାଗ ନେଇଥିଲେ । ଉଭୟ ଅଣ୍ଡର-୧୪ ଏବଂ ଅଣ୍ଡର-୧୭ ବାଳକ ଓ ବାଳିକା କିରୋଗୀ ବିଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରସିଦ୍ଧ ଟାଏକୋଣ୍ଡୋ ପ୍ରଶିକ୍ଷକ ତଥା ବଲାଙ୍ଗିର ଜିଲ୍ଲା କରାଟେ ସଂଘର ସାଧାରଣ ସଂପାଦକ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ବଲାଙ୍ଗିର ଟିମ୍ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ମୋଟ ୪ଟି ପଦକ ହାସଲ କରିଛି । ବାଳିକା ବିଭାଗରେ ଲିଜା ମାହାର ଅଣ୍ଡର-୧୭ (୩୫ ରୁ ୩୮ କେଜି) କ୍ୟୁଋରୀ ବିଭାଗରେ ରୌପ୍ୟ ପଦକ, ସ୍ନେହା ସାହୁ ଅଣ୍ଡର ୧୭ (୪୨ ରୁ ୪୪ କେଜି) କାଂସ୍ୟ ପଦକ, ଆଦ୍ୟାଶା ତୃପ୍ତି ଶବର ଅଣ୍ଡର-୧୭ (୫୫ ରୁ ୫୯ କେଜି) କାଂସ୍ୟ ପଦକ ପାଇଥିବା ବେଳେ ବାଳକ ବିଭାଗରେ କୃମିତ ସାହୁ (୩୫ ରୁ ୩୮ କେଜି) କ୍ୟୁଋଗୀ ବିଭାଗରେ କାଂସ୍ୟ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତା ରେ ଦଳର ମ୍ୟାନେଜର ଭାବେ ପିଇଟି ଶ୍ୱେତା ମଲ୍ଲିକ ଦାୟିତ୍ୱ ତୁଳାଇଥିଲେ । ପ୍ରତିଯୋଗୀମାନଙ୍କ ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ଓ କ୍ରୀଡାବିତ୍ ମହଲରୁ ସେମାନଙ୍କୁ ଶୁଭେଚ୍ଛାର ସ୍ରୋତ ଛୁଟିବାରେ ଲାଗିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ