ଭାଗବତ ମେମୋରିଆଲ ମହିଳା ଫୁଟବଲ ଖେଳ ଏସ.ଟି.ଏଫ.ଏ ଝାଡଗ୍ରାମ ପଶ୍ଚିମବଙ୍ଗ ଚମ୍ପିୟାନ
କେନ୍ଦୁଝର, ୨୫ ସେପ୍ଟେମ୍ବର (ହି.ସ.) - ଚମ୍ପୁଆ ନେହେରୁ ଷ୍ଟାଡିୟମରେ ଭାଗବତ ମେମୋରିଆଲ ମହିଳା ଫୁଟବଲ ପ୍ରତିଯୋଗିତା ଉଯାପନ ଦିବସରେ ଦୁଇ ଦଳ ଫାଇନାଲ ଖେଳିବାକୁ ବିବେଚିତ ହୋଇଥିଲେ, ତାରିଣୀ ମହିଳା ଫୁଟବଲ ଏକା ଡେମି କେନ୍ଦୁଝର ଝାଡ଼ଗ୍ରାମ ପଶ୍ଚିମବଙ୍ଗ ଏକାଦଶ ଦଳ। ଏହି ପ୍ରତିଯୋଗିତାକୁ କେନ୍ଦୁଝର ତାର
Stfa


କେନ୍ଦୁଝର, ୨୫ ସେପ୍ଟେମ୍ବର (ହି.ସ.) - ଚମ୍ପୁଆ ନେହେରୁ ଷ୍ଟାଡିୟମରେ ଭାଗବତ ମେମୋରିଆଲ ମହିଳା ଫୁଟବଲ ପ୍ରତିଯୋଗିତା ଉଯାପନ ଦିବସରେ ଦୁଇ ଦଳ ଫାଇନାଲ ଖେଳିବାକୁ ବିବେଚିତ ହୋଇଥିଲେ, ତାରିଣୀ ମହିଳା ଫୁଟବଲ ଏକା ଡେମି କେନ୍ଦୁଝର ଝାଡ଼ଗ୍ରାମ ପଶ୍ଚିମବଙ୍ଗ ଏକାଦଶ ଦଳ। ଏହି ପ୍ରତିଯୋଗିତାକୁ କେନ୍ଦୁଝର ତାରିଣୀ କ୍ଲବ ଓ ଚମ୍ପୁଆ ମର୍ଣ୍ଣିଂ କ୍ଲବର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଏହା ୪ ଦିନ ଧରି ଚାଲିଥିଲା ବେଳେ ଆଜି ତାର ଉଯାପନ ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ,ଚମ୍ପୁଆ ଉପ ଜିଲାପାଳ ଉମାକାନ୍ତ ପରିଡ଼ା , ସାଂସଦ ପ୍ରତିନିଧି ସିଦ୍ଧାର୍ଥ ସିଂ, ଅଗୁନୁ ଚରଣ ମହାନ୍ତ,ଚମ୍ପୁଆ ଥାନା ଆଇ ଆଇ ସି ସୋରୁପ୍ ରଞ୍ଜନ ନାୟକ, ଚନ୍ଦ୍ର ଶେଖର ଇଂରାଜୀ ବିଦ୍ୟାଳୟର ଅଧ୍ୟକ୍ଷ କେଶବ ଚନ୍ଦ୍ର ମହାନ୍ତ,ଯୁବ ସମାଜ ସେବୀ ହବି ଦାସ, କାଶୀନାଥ ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ତାରିଣୀ ଫୁଟବଲ ଏକାଡେମୀର ନିର୍ଦ୍ଦେଶକ ଗଣେଶ୍ୱର ମହାନ୍ତ, ତାରିଣି ଫୁଟବଲ ଏକାଡେମି ସଭାପତି ବୀରେନ୍ଦ୍ର ମହାନ୍ତ, ପରିଚାଳକ ମୂଖ୍ୟ ଚମ୍ପୁଆ ରମେଶ ପ୍ରଧାନ, ସଞ୍ଜୟ ନାଏକ, ଅସିତ ଦାସ, ଏବଂ ଭାଗବତ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟର ଫାଉଣ୍ଡର ଇନ୍ଦୁମତୀ ନାଏକ , ମମତା ସିଂ, ଗିତାରାଣୀ ମହାନ୍ତ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। ଫାଇନାଲ ଖେଳଦୁଇଟି ଦଳକୁ ନେଇ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ମ୍ୟାଚ୍ର ଆରମ୍ଭ ର କିଛି ମୁହର୍ତରେ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଏକାଦଶ ଦଳ ତାରିଣୀ ଫୁଟବଲ୍ କେନ୍ଦୁଝର ଏକାଦଶକୁ ଏକ ଗୋଲ ଦେଇଥିଲା ଏପରିକି ଦୁଇ ମଧ୍ୟରେ ରୋମାଂଚକର ମୁକାବିଲା ହୋଇଥିଲା। ଶେଷରେ ପଶ୍ଚିମବଙ୍ଗ ଝାଡଗ୍ରାମ ଏକଦାଶ ଦଳ ସେଇ ଗୋଟିଏ ଗୋଲ ଦେଇ ଖେଳକୁ ଜିତିନେଇ ଚମ୍ପିୟାନ ହୋଇଥିଲା। ସମସ୍ତ ଅତିଥିଗଣ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସ।ହିତ କରିଥିଲେ। ଚମ୍ପିୟାନ ଭାବରେ ଏସ.ଟି.ଏଫ. ଏ ପଶ୍ଚିମବଙ୍ଗ ଝାଡଗ୍ରାମ ଏକାଦଶକୁ ନଗଦ ରାଶି ୬୦,୦୦୦ ଟଙ୍କା ସହ ଟ୍ରଫି, ଦ୍ୱିତୀୟ ଦଳ ତାରିଣୀ ଏକାଦଶ କେନ୍ଦୁଝରକୁ ନଗଦ ରାଶି ୫୦,୦୦୦ ଟଙ୍କାସହ ଟ୍ରଫି, ତୃତୀୟ ଦଳ ଟି.ଟି.ଏଫ.ସି ଗୌହାଟି ଆସାମ ଏକାଦଶକୁନଗଦ ରାଶି ୪୦, ୦୦୦ଟଙ୍କା, ଚତୁର୍ଥ ଦଳ ଭାବେ କେନ୍ଦ୍ରାପଡ଼ା ଏକାଦଶକୁ ନଗଦ ରାଶି ୩୦, ୦୦୦ଟଙ୍କା ଓ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ। ଉକ୍ତ ଖେଳକୁ ରେଫରି ଭାବରେ ଚୁନୁ ସିଂ, ପ୍ରଭୁପାଦ ବିଶ୍ୱାଳ, ରୋହିତ ଜେରାଇ ପରିଚାଳନା କରିଛନ୍ତି। ଭାଷ୍ୟକାର ଭାବେ ଜୋନ ପାତ୍ର ଓ ମୋନାଜିର ଜାକି ସୁନ୍ଦର ଭାବେ ଧାରା ବିବରଣୀ ପ୍ରଦାନ କରିଛନ୍ତି। ଏହି ମହିଳା ଫୁଟବଲ୍ ଖେଳ ଦେଖିବାକୁ ପ୍ରାୟ ପାଂଚ ହଜାରରୁ ଉର୍ଦ୍ଧ ମହିଳା ଓ ପୁରୁଷ ଖେଳ ପ୍ରେମୀ ଦର୍ଶକ ଦର୍ଶିକା ଉପସ୍ଥିତ ରହି ଖେଳକୁ ଉପୋଭୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande