ଲଗାଣ ବର୍ଷାରେ କାଲିମେଳାରେ ବ୍ୟାପକ କ୍ଷୟକ୍ଷତି, ୫ ପରିବାର ବେଘର, ଶହ ଶହ କଚ୍ଚା ଘର ବିପଦରେ
ମାଲକାନଗିରି, ୨୫ ସେପ୍ଟେମ୍ବର (ହି.ସ.)- ଗତ ତିନିଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନେକ ପରିବାର ଏବେ ବେଘର ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, କାଲିମେଳା ବ୍ଲକ ବେଜଙ୍ଗୀୱାଡା ପଞ୍ଚାୟତ ଅନ୍ତର୍ଗତ
ଲଗାଣ ବର୍ଷାରେ କାଲିମେଳାରେ ବ୍ୟାପକ କ୍ଷୟକ୍ଷତି, ୫ ପରିବାର ବେଘର, ଶହ


ମାଲକାନଗିରି, ୨୫ ସେପ୍ଟେମ୍ବର (ହି.ସ.)- ଗତ ତିନିଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନେକ ପରିବାର ଏବେ ବେଘର ହୋଇଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, କାଲିମେଳା ବ୍ଲକ ବେଜଙ୍ଗୀୱାଡା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡ଼ା ଓ ବାପନପଲ୍ଲୀ ଗ୍ରାମରେ ୩ଟି ପରିବାରର ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ସେହିପରି ବଡିଗେଟା ପଞ୍ଚାୟତ ଅନ୍ତର୍ଗତ ଏମପିଭି-୩୭ ଏବଂ ଅର୍ଣ୍ଣମାଳ ଗ୍ରାମରେ ଦୁଇଟି ପରିବାରର ଘର କାନ୍ଥ ପଡ଼ି ଭାଙ୍ଗିଯାଇଛି । ଏହି ପରିବାରଗୁଡ଼ିକ ଏବେ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହେଉଛନ୍ତି । କେବଳ ଏତିକି ନୁହେଁ, କାଲିମେଳା ବ୍ଲକର ଅନେକ ସ୍ଥାନରେ ଥିବା ଦୁର୍ବଳ ଓ କଚ୍ଚା ଘରଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । କାନ୍ଥରେ ଫାଟ ସୃଷ୍ଟି ହେବା ସହ ଛାତରୁ ପାଣି ଗଳୁଛି । ବର୍ଷା ଏହିପରି ଜାରି ରହିଲେ ଆହୁରି ଅନେକ ଘର ଭାଙ୍ଗିଯିବା ଆଶଙ୍କା ରହିଛି । ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande