କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଉମାକାନ୍ତ ପଟ୍ଟନାୟକ
କେନ୍ଦ୍ରାପଡା, ୨୫ ସେପ୍ଟେମ୍ବର (ହି.ସ.)। ପାଟକୁରାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଯୁବମୋର୍ଚ୍ଚା ସଭାପତି ଓ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ ନୂଆଦିଲ୍ଲୀସ୍ଥିତ ବାସଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତକାର ସମୟରେ ରାଜ୍ୟ ତଥା କେନ୍ଦ୍ରାପଡା
---------------କେନ୍ଦ୍ରଗୃହମନ୍ତ୍ରୀଙ୍କୁଭେଟିଲେଉମାକାନ୍ତ ।


କେନ୍ଦ୍ରାପଡା, ୨୫ ସେପ୍ଟେମ୍ବର (ହି.ସ.)। ପାଟକୁରାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଯୁବମୋର୍ଚ୍ଚା ସଭାପତି ଓ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ ନୂଆଦିଲ୍ଲୀସ୍ଥିତ ବାସଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ସାକ୍ଷାତକାର ସମୟରେ ରାଜ୍ୟ ତଥା କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ ପ୍ରସଙ୍ଗ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଜିଲ୍ଲାର ବିକାଶ ଓ ଲୋକଙ୍କ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ବିଷୟ ନେଇ ଉମାକାନ୍ତ ପଟ୍ଟନାୟକ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।

ଏହି ସାକ୍ଷାତକାରକୁ ସୌଜନ୍ୟମୂଳକ ସାକ୍ଷାତ ଭାବେ ବର୍ଣ୍ଣନା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande