ଭୁବନେଶ୍ୱର ଜିଲ୍ଲା ଦାବି, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ
ଭୁବନେଶ୍ୱର, ୨୫ ସେପ୍ଟେମ୍ବର (ହି.ସ) - ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି ଭୁବନେଶ୍ୱର ଜିଲ୍ଲା ଅଭିଯାନ। ଜିଲ୍ଲା ଅଭିଯାନର ମୁଖ୍ୟ ଲିଙ୍ଗରାଜ ସାହୁଙ୍କ ନେତୃତ୍ୱରେ ଶୁକ୍ରବାର ବିଭିନ୍ନ ଅନୁଷ୍ଠାନର ସଭାପତି, ସମ୍ପାଦକ ଓ କର୍ମକର୍ତାମାନେ ଗୋଟିଏ ଗୋଟିଏ ଦାବି
dyh


ଭୁବନେଶ୍ୱର, ୨୫ ସେପ୍ଟେମ୍ବର (ହି.ସ) - ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି ଭୁବନେଶ୍ୱର ଜିଲ୍ଲା ଅଭିଯାନ। ଜିଲ୍ଲା ଅଭିଯାନର ମୁଖ୍ୟ ଲିଙ୍ଗରାଜ ସାହୁଙ୍କ ନେତୃତ୍ୱରେ ଶୁକ୍ରବାର ବିଭିନ୍ନ ଅନୁଷ୍ଠାନର ସଭାପତି, ସମ୍ପାଦକ ଓ କର୍ମକର୍ତାମାନେ ଗୋଟିଏ ଗୋଟିଏ ଦାବି ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ବିଭିନ୍ନ ଅନୁଷ୍ଠାନ ସମୂହର ମିଳିତ ସ୍ୱର ‘ମିଳିତ ମଂଚ’ର ଶାଖା ଭୁବନେଶ୍ୱର ଜିଲ୍ଲା ଅଭିଯାନ ପକ୍ଷରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ଦାବିରେ ରାଜଭବନ ସମ୍ମୁଖରେ ମୁରବୀମାନେ ଏକାଠି ହୋଇ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ହେବା ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନକୁ ନେଇ ଶାନ୍ତି ପୂର୍ଣ୍ଣ ଅଭିଯାନ ଚାଲୁ ରହିବ ବୋଲି ଜିଲ୍ଳା ଅଭିଯାନର ମୁଖ୍ୟ ଲିଙ୍ଗରାଜ ସାହୁ ସୂଚନା ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ହାଇକୋର୍ଟ ଆଇନଜୀବୀ ସରୋଜ କୁମାର ସାହୁ, ରୋଟାରୀ କ୍ଳବ ପୂର୍ବତନ ସଭାପତି ଗଦାଧର ଦାସ, ସେବାୟତ ଗୋପାଳ ମକଦ୍ଦମ, ସାହାଯ୍ୟ ଗ୍ରୁପ ସମ୍ପାଦକ ଜ୍ଞାନ ପ୍ରକାଶ ପାଲ, ସମେତ ବହୁ ଓକିଲ ନେତା, ସାମ୍ବାଦିକ ନେତା, ସେବାୟତ, ଆଦି ସାମିଲ ହୋଇଥିଲେ।

ଭୁବନେଶ୍ୱର ଜିଲ୍ଲା ଅଭିଯାନ ମୁଖ୍ୟ ଶ୍ରୀ ସାହୁ କହିଥିଲେ ବର୍ତମାନ ଭୁବନେଶ୍ୱରର ଜନସଂଖ୍ୟା ଯଥେଷ୍ଟ ବଢ଼ିଗଲାଣି। ୧୯୯୨ର ଜିଲ୍ଲା ଗଠନ ବେଳେ ଏହାର ଲୋକସଂଖ୍ୟା ଥିଲା ୧୧ଲକ୍ଷ । ମାତ୍ର ଏବେ ଏହା ବଢ଼ି ୨୩ଲକ୍ଷରେ ପହଂଚିଲାଣି । ଭୁବନେଶ୍ୱରରୁ ଜଣେ ସାଧାରଣ ଲୋକ ସେଠାରୁ ଖୁରୁଧାରେ ପହଂଚିବାକୁ ପ୍ରାୟ ୫ଘଂଟାରୁ ଅଧିକ ସମୟ ଲାଗୁଛି। ସେହିପରି ବାଲିଅନ୍ତା ବାଲିପାଟଣା ଖୁରୁଧାକୁ ଗଲେ ସକାଳୁ ସନ୍ଧ୍ୟା ହୋଇଯିବ। ଭୁବନେଶ୍ୱରକୁ ଜିଲ୍ଲା ଗଠନ ପାଇଁ ତତ୍କାଳୀନ ମନ୍ତ୍ରୀ ସ୍ୱର୍ଗତଃ ସତ୍ୟପ୍ରିୟ ମହାନ୍ତି ପ୍ରସ୍ତବ ରଖି ବହୁ କାର୍ଯ୍ୟାଳୟ ଏଠାରେ ସ୍ଥାପନା କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନନ୍ଦିନୀ ଶତପଥୀ ମଧ୍ୟ ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି କମିଟି ମଧ୍ୟ ଜିଲ୍ଲା କରିବାକୁ ସୁପାରିଶ କରିଥିଲେ । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ହେଉକି ଭୁବନେଶ୍ୱରର ବିଭିନ୍ନ ସମସ୍ୟା ଦେଖା ଦେଲେ ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଉପସ୍ଥିତ ହୋଇ ସମାଧାନ କରିପାରିବେ । ପ୍ରାୟ ସବୁ ରାଜଧାନୀ ଜିଲ୍ଲା ହୋଇଥିବା ବେଳେ ଆଉ କେତେଦିନ ସବ୍ଡିଭିଜନ୍ ଅଧିନରେ ରହିବା ବୋଲି ଶ୍ରୀ ସାହୁ କହିଥିଲେ। ଏପରି ବହୁ କାରଣ ପାଇଁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ଆବଶ୍ୟକ ଥିବାରୁ ପୂର୍ବରୁ ମଂଚ ପକ୍ଷରୁ ଭୁବନେଶ୍ୱର ପ୍ରାୟ ସବୁ ପୂଜା କମିଟିର ମୁଖ୍ୟ, ଭୁବନେଶ୍ୱର ବାଲିଯାତ୍ରା, ଭୁବନେଶ୍ୱର ଉପକଣ୍ଠର ଗ୍ରାମବାସୀ, ଓକିଲ ସଂଘ, ବାଲିପାଟଣା, ବାଲିଅନ୍ତା, ନଖରା ଆଦି ଅଂଚଳରୁ ୩୫ହଜାର ମୁରବୀଙ୍କ ଲିଙ୍ଗରାଜ ସାହୁଙ୍କ ଆବାହକତ୍ୱରେ ଦସ୍ତଖତ ସଂଗ୍ରହ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande