ବର୍ଷାଜଳରେ କେନ୍ଦ୍ରାପଡା ପୌରାଞ୍ଚଳର ଅନେକ ରାସ୍ତା ଜଳମଗ୍ନ
କେନ୍ଦ୍ରାପଡା, ୨୫ ସେପ୍ଟେମ୍ବର (ହି.ସ.)। ଲଘୁଚାପ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ପୌରାଞ୍ଚଳର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ବର୍ଷାଜଳ ବହୁ ଘର ଭିତରକୁ ପଶିଯାଇଥିବା ବେଳେ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି। ବିଶେଷକରି ପୌରାଞ୍ଚଳର ୧୧, ୧୨ ଓ ୧୩ ନମ୍ବର
ବର୍ଷାଜଳରେ ପୈାରାଂଚଳରରାସ୍ତାଉବୁଟୁବୁ ।


କେନ୍ଦ୍ରାପଡା, ୨୫ ସେପ୍ଟେମ୍ବର (ହି.ସ.)। ଲଘୁଚାପ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ପୌରାଞ୍ଚଳର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ବର୍ଷାଜଳ ବହୁ ଘର ଭିତରକୁ ପଶିଯାଇଥିବା ବେଳେ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି।

ବିଶେଷକରି ପୌରାଞ୍ଚଳର ୧୧, ୧୨ ଓ ୧୩ ନମ୍ବର ୱାର୍ଡର ମୁଖ୍ୟ ରାସ୍ତାଗୁଡିକ ବର୍ଷାଜଳରେ ବୁଡି ରହିଛି। ଅତ୍ୟଧିକ ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମି ରହିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ବର୍ଷାର ପ୍ରଭାବରେ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ପ୍ରାୟ ୨୦ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ସରବରାହ ମଧ୍ୟ ବନ୍ଦ ରହିଥିବା ଜଣାପଡିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ରାସ୍ତାର ଅବସ୍ଥା ମଧ୍ୟ ଖରାପ ହୋଇପଡିଛି। ଫଳରେ ସ୍ଥାନୀୟ ଲୋକମାନେ ଯାତାୟାତ ଓ ଦୈନନ୍ଦିନ ଜୀବନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande