ଜୟପୁର ସହର ବାସିନ୍ଦାଙ୍କ ସମସ୍ୟାର ସମାଧାନ ଦାବିରେ ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପୌରାଞ୍ଚଳ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ
ଜୟପୁର, ୨୫ ସେପ୍ଟେମ୍ବର (ହି.ସ.)- ଜୟପୁର ସହର ବାସିନ୍ଦାଙ୍କ ମୌଳିକ ସମସ୍ୟା ସମାଧାନ ଦାବି ନେଇ ୧୭ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପୌରାଞ୍ଚଳ ନିର୍ବାହୀ ଅଧିକାରୀଙ୍କୁ, ଆଞ୍ଚଳିକ କମିଟି ସମ୍ପାଦକ ସାଥୀ ପ୍ରଦ୍ୟୁମ୍ନ ସାମନ୍ତରାଙ୍କ ନେତୃତ୍ବରେ ପ୍ରଦାନ କରାଯାଇଥିଲା । ଦାବିଗୁଡ଼ିକ ମଧ୍ୟରେ ନି
ଜୟପୁର ସହର  ବାସିନ୍ଦା ଙ୍କ ସମସ୍ୟା ର ସମାଧାନ ଦାବିରେ ଏସ ୟୁ ସି ଆଇ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପୌର ଅଞ୍ଚଳ ଅଧିକାରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ ।


ଜୟପୁର, ୨୫ ସେପ୍ଟେମ୍ବର (ହି.ସ.)-

ଜୟପୁର ସହର ବାସିନ୍ଦାଙ୍କ ମୌଳିକ ସମସ୍ୟା ସମାଧାନ ଦାବି ନେଇ ୧୭ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପୌରାଞ୍ଚଳ ନିର୍ବାହୀ ଅଧିକାରୀଙ୍କୁ, ଆଞ୍ଚଳିକ କମିଟି ସମ୍ପାଦକ ସାଥୀ ପ୍ରଦ୍ୟୁମ୍ନ ସାମନ୍ତରାଙ୍କ ନେତୃତ୍ବରେ ପ୍ରଦାନ କରାଯାଇଥିଲା । ଦାବିଗୁଡ଼ିକ ମଧ୍ୟରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଶେଷଜ୍ଞ ଡ଼ାକ୍ତର ଓ ପାରାମେଡିକାଲ ଷ୍ଟାଫ ପଦବୀ ପୂରଣ ତଥା ଆବଶ୍ୟକୀୟ ଚିକିତ୍ସା ଉପକରଣ ଯନ୍ତ୍ରପାତି ତୁରନ୍ତ ଯୋଗାଇ ଦିଆଯିବା, ଜୟପୁର ସହରର ମୁଖ୍ୟ ରାସ୍ତା ଟ୍ରାଫିକ ଛକ ମାନଙ୍କରେ ବୁଲା ଗାଈ ଗୋରୁ କୁକୁରଙ୍କୁ ହଟାଇବା ସହ ପରିବା ବିକାଳୀ ଓ ବେପାରିଙ୍କ ପାଦୃଭାବରୁ ମୁକ୍ତ କରି ଗମନାଗମନ ସୁଗମ କରିବା, ସହରର ଖଜୁରୀ ବନ୍ଧ ସମେତ ସମସ୍ତ ପୋଖରୀ, ଜଳାଶୟ ପରିଷ୍କାର କରି ଅବସର ବିନୋଦନ ପାଇଁ ଫୁଲ ବଗିଚା ସହ ବସିବା ପାଇଁ ସିମେଣ୍ଟ ଚେୟାର ପକାଇବା, ପ୍ରତ୍ୟେକ ଛକରେ ସୁଲଭ ସୌଚାଳାୟ ନିର୍ମାଣ କରି ଭ୍ରାମ୍ୟମାଣ ଗାଡ଼ି ଦ୍ୱାରା ପରିଷ୍କାର ରଖିବା, ମୁଖ୍ୟ ରାସ୍ତା ସମେତ ସମସ୍ତ ରାସ୍ତାକୁ ଟ୍ର।ଫିକ ମୁକ୍ତ କରିବା, ସହରରେ ବିଶୃଙ୍ଖଳିତ ଆଇନକୁ ଶୃଙ୍ଖଳିତ କରିବା, ଜୟପୁର ଦଶହରା ପଡିଆ ଅସାମାଜିକ ତତ୍ତ୍ଵଙ୍କ କବଳରୁ ମୁକ୍ତ କରି ପରିଷ୍କାର ପରିଚ୍ଛନ୍ନ ବ୍ୟବସ୍ଥା କରିବା, ଗୃହହିନ ଲୋକଙ୍କ ରହିବା ଓ ବେକରୀଙ୍କୁ ନିଯୁକ୍ତି, ଅନାବାଦୀ ଜମିରେ ବାସ କରୁଥିବା ଲୋକଙ୍କୁ ସ୍ଥାୟୀ ପଟ୍ଟା ଯୋଗାଇବେବା ଆଦି ଦାବି ଗୁଡ଼ିକୁ ତୁରନ୍ତ ପୂରଣ ପାଇଁ ପାର୍ଟି ପକ୍ଷରୁ ଦାବି କରାଯାଇଥିଲା ।ସୁବାସ ଭଟ୍ଟାଚାର୍ୟ୍ଯ, ଇନ୍ଦୁମତି ଦାସ, ପ୍ରଦ୍ୟୁମ୍ନ ସନ୍ତ୍ରାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande