କଳିଙ୍ଗ କଲଚୁରାଲ୍ର ଦୁର୍ଗା ପୂଜା ମାଟି ଅନୁକୂଳ
ଭଦ୍ରକ, ୨୫ ସେପ୍ଟେମ୍ବର (ହି.ସ.) - ଜାତୀୟ ରାଜଧାନୀ କ୍ଷେତ୍ର ଅର୍ନ୍ତଗତ ଗୁରୁଗ୍ରାମ ଠାରେ ଚଳିତ ବର୍ଷ ମହାସମାରୋହରେ ଶାରଦୀୟ ଦୁର୍ଘାପୂଜା ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଏହି ଅବସରରେ କଳିଙ୍ଗ କଲଚୁରାଲ ଏଣ୍ଡ ୱେଲଫେୟାର ଆସୋସିଏସନ ଗୁରୁଗ୍ରାମ ଦୁର୍ଗାପୂଜା ସମିତି ଆନୁକୂଲ୍ୟର
kalinga cultural durga puja mati anukula


ଭଦ୍ରକ, ୨୫ ସେପ୍ଟେମ୍ବର (ହି.ସ.) - ଜାତୀୟ ରାଜଧାନୀ କ୍ଷେତ୍ର ଅର୍ନ୍ତଗତ ଗୁରୁଗ୍ରାମ ଠାରେ ଚଳିତ ବର୍ଷ ମହାସମାରୋହରେ ଶାରଦୀୟ ଦୁର୍ଘାପୂଜା ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଏହି ଅବସରରେ କଳିଙ୍ଗ କଲଚୁରାଲ ଏଣ୍ଡ ୱେଲଫେୟାର ଆସୋସିଏସନ ଗୁରୁଗ୍ରାମ ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ୧୭ ତମ ଦୁର୍ଗା ପୂଜା ଉପଲକ୍ଷେ ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତିି ପାଇଁ ମାଟି ଅନୁକୂଳ ପୂଜା ପରମ୍ପରା କ୍ରମେ କର୍ତା ଅମର ବିକାଶ ନାୟକ ଓ ତାଙ୍କ ପତ୍ନୀ ଅନୁସୟା ନାୟକଙ୍କ ବାସ ଭବନରେ ଲକ୍ଷ୍ମଣ ବିହାର , ଗୁରୁଗ୍ରାମରେ ରୀତିନିତୀ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଅଭୟ ପଣ୍ଡାଙ୍କ ଦ୍ୱାରା ସନାତନ ସଂସ୍କୃତି ରୀତି ନିତୀ ଅନୁସାରେ ମାଟି ଅନୁକୂଳ ପୂଜା ସମ୍ପର୍ଣ୍ଣ ହୋଇଥିଲା । ମୂର୍ତିିକାର ଏହି ମାଟି ସହିତ ଆଉ ୭ ପ୍ରକାରର ମାଟି ମିଶାଇ ମା ଦୁର୍ଗାଙ୍କର ଭବ୍ୟ ମୂର୍ତିିର୍ ନିର୍ମାଣ କରିଥାଏ । ପାରମ୍ପରିକ ବୈଦିକ ରୀତିରେ ମନ୍ତ୍ର ଉଚ୍ଚାରଣ ଏବଂ ଘଂଟ ଘଂଟା ବାଦ୍ୟ ସହ କମ୍ପି ଉଠିଲା ମା ଦୁର୍ଗାଙ୍କର ମାଟି ଅନୁକୂଳ ପୂଜାର୍ଚ୍ଚନା । ଏଥିରେ ସ୍ଥାନୀୟ ଲୋକଙ୍କ ସମେତ କମିଟି ସଦସ୍ୟଙ୍କ ଏକାଠି ହୋଇଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ପୂଜା ଆୟୋଜନର ପ୍ରସ୍ତୁତି ପ୍ରକ୍ରିୟା ସୂଚାର ରୂପେ ଚଲାଇଥିବା ସଂଗଠନର ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ବେହେରା କହିଛନ୍ତି । ପୂଜା ଉତ୍ସବରେ ସ୍ୱେଚ୍ଛାସେବୀ ଯୁବକ ଯୁବତୀ ମାନଙ୍କୁ ନିୟୋଜିତ କରାଯିବା ସହ ଅସାମାଜିକ ମାନଙ୍କ ପ୍ରତି ତୀକ୍ଷ୍ନ ନଜର ରଖିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ସମ୍ପାଦକ ଭୀମସେନ ରେଡ୍ଡୀ, ଉପସଭାପତି ରଞ୍ଜନ ସାହୁ, କୋଷାଧ୍ୟକ୍ଷ ବିନାୟକ ନାୟକ, ଯୁଗ୍ମ କୋଷାଧ୍ୟକ୍ଷ ଶେଷଦେବ ସାହୁ, ସଂଗଠନ ସଚିବ କୃଷ୍ଣ ଚନ୍ଦ୍ର ସ୍ୱାଇଁ, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭାରୀ ପ୍ରଦ୍ୟୁମ୍ନ ରଥ, ପ୍ରଚାର ସଚିବ ମାନସ ରଞ୍ଜନ ସାହୁ, ମିଡିଆ ପ୍ରଭାରୀ ମନୋଜ ସ୍ୱାଇଁ, ସଂଯୋଜକ ରାଜେନ୍ଦ୍ର ସାହୁ, ମଳୟ ରଞ୍ଜନ, ବୀରେନ ସାମଲ, ସଞ୍ଜୟ ଦଳେଇ, ଚରଣ ଜେନା, ସଞ୍ଜୟ ସାହୁ, କୃଷ୍ଣ ଚନ୍ଦ୍ର ଧଳ ପ୍ରମୁଖ ଅନନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ଉପଦେଷ୍ଟା ହରେକୃଷ୍ଣ ମହାନ୍ତି ଏବଂ ମୋନାଲିସା ମହାପାତ୍ର ଏଥିପାଇଁ ସମସ୍ତଙ୍କର ସହଯୋଗ କାମନା ସହିତ ସାଧୁବାଦ ଜଣାଇ ଏହି ମହାନ ପରମ୍ପରାର ଉତୋରତର ଉନ୍ନତି କାମନା କରିଥିଲେ ଏବଂ ଏବର୍ଷ କିଭଳି ଏହାକୁ ଆହୁରି ଅଧିକ ଆକର୍ଷଣୀୟ କରାଯିବ ତାହା ବର୍ଣ୍ଣନା କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande