
ଭୁବନେଶ୍ୱର, ୨୫ ସେପ୍ଟେମ୍ବର (ହି.ସ) - ଭୁବନେଶ୍ୱର ସ୍ଥିତ ଏମସ୍ ରେ ଚିକିତ୍ସିତ ହେଉଥିବା ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା , ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ମନ୍ତ୍ରୀ ଗଣେଶ ରାମସିଂ ଖୁଂଟିଆ ଙ୍କ ସମେତ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ।
ଶ୍ରୀ ହରିଚନ୍ଦନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଶୀଘ୍ର ଆରୋଗ୍ୟ, ସୁସ୍ଥ ଓ ନିରାମୟ ଜୀବନ ସହ ଦୀର୍ଘାୟୁ କାମନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା