ବର୍ଷାରେ ଘର ଭାଙ୍ଗିଥିଲେ ନୂଆ ଘର ଦେବେ ସରକାର
ଭୁବନେଶ୍ୱର,୨୫ ସେପ୍ଟେମ୍ବର (ହି.ସ) - ବର୍ଷାରେ ଘର ଭାଙ୍ଗିଥିଲେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାôଦକାରୀଙ୍କୁ ସରକାର ଘର ଦେବେ । ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ ୪ଦିନରେ ହୋଇଥିବା ପ୍ରବଳ ବର୍ଷାରେ ୪ ଜିଲ୍ଲାରେ ୪୫ରୁ ୫୦ ଘର ଭାଙ୍ଗିଛି। ଆଗାମୀ
Rabi naik


ଭୁବନେଶ୍ୱର,୨୫ ସେପ୍ଟେମ୍ବର (ହି.ସ) - ବର୍ଷାରେ ଘର ଭାଙ୍ଗିଥିଲେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାôଦକାରୀଙ୍କୁ ସରକାର ଘର ଦେବେ । ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ ୪ଦିନରେ ହୋଇଥିବା ପ୍ରବଳ ବର୍ଷାରେ ୪ ଜିଲ୍ଲାରେ ୪୫ରୁ ୫୦ ଘର ଭାଙ୍ଗିଛି। ଆଗାମୀ ଦିନରେ ଘରଭଙ୍ଗା ସଂଖ୍ୟା ବଢ଼ିପାରେ । ବର୍ଷା କମିଲେ ୫ ଦିନରେ ହେବ କ୍ଷୟକ୍ଷତି ଆକଳନ କରାଯିବ। ଅନ୍ୟପକ୍ଷରେ ଇନ୍ଦ୍ରାବତୀରେ ଜଳବୃଦ୍ଧି ଯୋଗୁଁ ୬ଟି ପଂଚାୟତ ଲୋକ ପ୍ରଭାବିତ ହୋଇଛନ୍ତି।

ପ୍ରଭାବିତଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି । ସେହିପରି ନବରଙ୍ଗପୁରରେ ମକାଚାଷ ଅଧିକ ପ୍ରଭାବିତ ହୋଇଛି । ଜଳମଗ୍ନ ପାଇଁ ମକା ପଚିଯାଇଛି, ଏହାର କ୍ଷୟକ୍ଷତି ଆକଳନ ହେବ। ନବରଙ୍ଗପୁରରୁ ଝରିଗାଁ ସହ ଅନେକ ଗାଁ ଜଳମଗ୍ନ ହୋଇଛି। ରାସ୍ତାଘାଟ ବିଶେଷ କ୍ଷତି ହୋଇନି ତେବେ ୨୦ରୁ ୨୫ ଜାଗାରେ ଭୂସ୍ଖଳନ ହୋଇଛି। ମାଲକାନଗିରିର ୬ଟି ରାସ୍ତା ଉପରେ ବର୍ଷାପାଣି ଯାଉଥିବା ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande