
ମାଲକାନଗିରି, ୨୫ ସେପ୍ଟେମ୍ବର (ହି.ସ.)- ସେବା ସଙ୍କଳ୍ପ ଅଭିଯାନ ଆନୁକୂଲ୍ୟରେ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ଓ ହାଟପଦା ପରିସରରେ ଶତାଧିକ ବୃକ୍ଷରୋପଣ କରାଯାଇଛି । ଏକ୍ ପେଡ ମା କେ ନାମ ପ୍ରଦର୍ଶିତ ବ୍ୟାନର ଦ୍ଵାରା ପଞ୍ଚାୟତର ସରପଞ୍ଚ ମଙ୍ଗଳା ମାଢୀ, ପଞ୍ଚାୟତ ନିର୍ବାହି ଅଧିକାରୀ ରେବତୀନାଥ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ପୋଲିସ ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ନାୟକ, ସମାଜସେବୀ ଭଗବାନ ସାହୁ, ଭବତୋଷ ମଣ୍ଡଳ ଓ ଭୀମ କୁଆସି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଚାରା ରୋପଣ କରିଥିଲେ ।
ପ୍ରକାଶ ଥାଉକି, ରାଜ୍ୟ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ପାଳନ ଅବସରରେ ମାସେ ବ୍ୟାପି ସେବା ସଙ୍କଳ୍ପ ଅଭିଯାନ କ୍ରମେ ଆଜିର ଦିନ ଅର୍ଥାତ୍ ସେପ୍ଟେମ୍ବର ୨୫ ତାରିଖରେ ପାଖାପାଖି ୨୫ ଲକ୍ଷ ଚାରା ରୋପଣ କରିବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ