ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି
ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି ପୁରୀ,, 25 ସେପ୍ଟେମ୍ବର (ହି.ସ.)ଚାରିଦିନ ଧରି ଲଘୁଚାପଜନିତ ତୁହାକୁ ତୁହା ଲଗାଣ ବର୍ଷାରେ ବେହାଲ ପୁରୀ ସହର । ଗତକାଲି ରାତିରୁ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ । ୪୦ ରୁ ୫୦ କିଲୋମିଟର ବେଗରେ ପବନ ବେଗ
ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି


ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି


ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି

ପୁରୀ,, 25 ସେପ୍ଟେମ୍ବର (ହି.ସ.)ଚାରିଦିନ ଧରି ଲଘୁଚାପଜନିତ ତୁହାକୁ ତୁହା ଲଗାଣ ବର୍ଷାରେ ବେହାଲ ପୁରୀ ସହର । ଗତକାଲି ରାତିରୁ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ । ୪୦ ରୁ ୫୦ କିଲୋମିଟର ବେଗରେ ପବନ ବେଗ ବଢିବା ସହ କୋହଲା ପାଗ ଓ ଝିପି ଝିପି ବର୍ଷା ହେଉଛି । ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ବାସେଳୀ ସାହି ଥାନା ନିକଟରେ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ରାସ୍ତାରେ ବଡ ବଡ ଖାଲରେ ପାଣି ଭର୍ତ୍ତି ହୋଇଥିବାରୁ ଯାନବାହନ ଆରୋହୀ ଜାଣି ନପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହା ଦେଖି କିଛି ସ୍ଥାନୀୟ ଯୁବକ ଗାତ ଚାରିପଟେ ତ୍ରୀଭୁଜ ଆକୃତି ବାଉଁଶ ବାନ୍ଧି ସେହି ପଟେ ନଯିବା ପାଇଁ ସଙ୍କେତ ଦେଇଛନ୍ତି । ଏହି ରାସ୍ତାଟି ବ୍ଯସ୍ତବହୁଳ ରାସ୍ତା ହୋଇଥିବାରୁ ପର୍ଯ୍ୟଟକଙ୍କ ଗାଡି ଯିବାରେ ବିଳମ୍ବ ହେଉଛି । ସେହି ବାଟଦେଇ ସାତପଡା, ବ୍ରହ୍ମଗିରି, ସୁରାଜମଲ ଶାହାକଲେଜ, ଷ୍ଟର୍ଲିଙ୍ଗ ରାସ୍ତା, ତ୍ରିଦେବ ନଗର, ହରେକୃଷ୍ଣପୁର ବାଇପାସ, ସମଙ୍ଗ ପାର୍କିଙ୍ଗ, ମାର୍କଣ୍ଡେଶ୍ୱର ସାହି ଓ ଗୋଶାଲା ଛକକୁ ସଂଯୋଗ କରିଛି । ଏହା ଜାତୀୟ ରାଜପଥ ୩୧୬ (କ) ହୋଇଥିବା ବେଳେ ରାସ୍ତା ନିର୍ମାଣ ଶୈଳୀ ତ୍ରୁଟିପୂର୍ଣ୍ଣ, ନିମ୍ନ ମାନର ପିଚୁ ଓ ଗୋଡି ବ୍ଯବହାର ଯୋଗୁ ଗର୍ତ୍ତ ସୃଷ୍ଟି ହୋଇଛି । ରାସ୍ତା ନିର୍ମାଣ ବେଳେ ପାଣି ନିଷ୍କାସନ ସୁବିଧା ହୋଇନଥିବାରୁ ପାଣି ଜମି ରହୁଛି । ଅଞ୍ଚଳବାସୀ ବିଭିନ୍ନ ଅଧିକାରୀ ମାନଙ୍କୁ ଅବଗତ କରିଥିଲେ ମଧ୍ଯ କେହି କର୍ଣ୍ଣପାତ କରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ପୁରୀ ପୌରସଂସ୍ଥା ଏବେ ପୁରୀ ମହାନଗର ନିଗମ ପାଇ ମଧ୍ଯ ପୂର୍ବ ପରି ଅଚଳାବସ୍ଥା ଲାଗି ରହିଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ରାସ୍ତା ନିକଟରେ ଗୋପବନ୍ଧୁ ବିଦ୍ଯାନିକେତନ ରହିଥିବାରୁ ଛୋଟ ଛୋଟ ଛାତ୍ରଛାତ୍ରୀ ମାନେ ଯାତାୟାତରେ ନାହିଁନଥିବା ହିନସ୍ତା ହେଉଛନ୍ତି । ବାଇକ ଆରୋହୀ, ଅଟୋ, କାର,ବ୍ଯାଟେରୀ ଜନିତ ଅଟୋ, ବଡବଡ ବସ ଓ ଚାଲିକି ଆସୁଥିବା ଲୋକମାନେ ପାଣି ଭିତରେ ପଶି ଯାଆଆସ କରୁଛନ୍ତି । ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି । ଜାତୀୟ ରାଜପଥ ଓ ପିଏମସି ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande