ସାଇବର ସୁରକ୍ଷା ଓ ଘରୋଇ ହିଂସା ଯୌତୁକ ନିଷେଧ ସମ୍ବନ୍ଧୀୟ ସଚେତନତା ଶିବିର
ଜୟପୁର, ୨୫ ସେପ୍ଟେମ୍ବର (ହି.ସ.) - ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ, ଦିଗାପୁଚ ଠାରେ ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଅଧକ୍ଷ ପ୍ରଦୀପ କୁମାର ମହନ୍ତଙ୍କ ତତ୍ୱାବଧାନରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁ
ସାଇବର ସୁରକ୍ଷା ଓ ଘରୋଇ ହିଂସା ଯୌତୁକ ନିଷେଧ ସମ୍ବନ୍ଧୀୟ ସଚେତନତା ଶିବିର


ଜୟପୁର, ୨୫ ସେପ୍ଟେମ୍ବର (ହି.ସ.) - ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ, ଦିଗାପୁଚ ଠାରେ ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଅଧକ୍ଷ ପ୍ରଦୀପ କୁମାର ମହନ୍ତଙ୍କ ତତ୍ୱାବଧାନରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସଚିବ ତଥା ବିଚାରପତି ପ୍ରଦ୍ୟୋମୟୀ ସୁଜାତା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଯୋଗଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଶିଶୁ କଲ୍ୟାଣ କମିଟି କୋରାପୁଟ ଅଧ୍ୟକ୍ଷା ଡ.ବି ଗାୟତ୍ରୀ ଦେବୀ, ଆଇ.ଆଇ.ସି ବୈପାରିଗୁଡା, ଶ୍ରୀ ଲକ୍ଷ୍ମୀନାରାୟଣ ମୁଦୁଲି, ସାଇବର ସେଲ୍ ଇନ୍ସିପେକ୍ଟର, କୋରାପୁଟ, ଶ୍ରୀ ଏନ.ଶିବା, ଜିଲ୍ଲା ଆଇନ ସେବାପ୍ରାଧିକରଣ ଆଇନଜିବୀ ହରିଶ୍ଟ ଚନ୍ଦ୍ର ମୁଦୁଲି, ଶ୍ରୀ କେ ଦିବାକର ରାଓ, ଯୋଗ ଦେଇଥିଲେ। ତା ସହିତ ସରକାରି ଉଚ୍ଚ ବିଦ୍ୟାଳୟ, ଦିଗାପୁର, ସହକାରୀ ପ୍ରଧାନ ଶିକ୍ଷକ ଶ୍ରୀ ଏଲ. ଶ୍ରୀନିବାସ ନାଇଡୁ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟୀତ୍ରୀ ବୃନ୍ଦ ଉପସ୍ଥିତିରେ ଛାତ୍ରଛାତ୍ରି ମାନଙ୍କୁ ସାଇବର ସେଲ ଅଧିକାରୀ ସଚେତନତା କରିଥିଲେ ଯେ ଅପରାଧୀମାନେ ନକଲି ଇମେଲ୍, ମେସେଜ୍ କିମ୍ବା ଫୋନ୍ କଲ୍ ବ୍ୟବହାର କରି ଲୋକମାନଙ୍କୁ ବ୍ୟକ୍ତିଗତ ବିବରଣୀ ସେୟାର କରିବାକୁ ପ୍ରତାରଣା କରନ୍ତି, ବା ବ୍ୟାଙ୍କ ପରି ବିଶ୍ୱସ୍ତ ଉତ୍ସ ବୋଲି ଛଳନା କରି ପାସୱାର୍ଡ, କ୍ରେଡିଟ୍ କାର୍ଡ ନମ୍ବର କିମ୍ବା ଲଗଇନ୍ କୋଡ୍ ଚୋରି କରିବା ସହିତ କୌଣସି ଡିଭାଇସକୁ କ୍ଷତି ପହଂଚାଇବା କିମ୍ବା ନିୟନ୍ତ୍ରଣ କରିବା ପାଇଁ କ୍ଷତିକାରକ ସଫ୍ଟୱେର୍ - ଯେପରିକି ଭାଇରସ୍, ଟ୍ରୋଜାନ୍, ସ୍ପାଏୱାୟାର ଏବଂ ୱର୍ମ -ର ବ୍ୟବହାର ଅନ୍ୟ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସୂଚନା ଚୋରି କରିବା, ଯେପରିକି ସାମାଜିକ ସୁରକ୍ଷା ନମ୍ବର, ପରିଚୟ ପତ୍ର ବିବରଣୀ, କିମ୍ବା ଆର୍ôଥକ ଆକାଉଂଟ। ନକଲି ଅନଲାଇନ୍ ସପିଂ ସାଇଟ୍, ଫି ଆବଶ୍ୟକ କରୁଥିବା ନକଲି ଚାକିରି ପ୍ରସ୍ତାବ, କିମ୍ବା ଚୋରି ହୋଇଥିବା କ୍ରେଡିଟ୍ କାର୍ଡ ଡାଟା ମାଧ୍ୟମରେ ସିଧାସଳଖ ଲାଭ ପାଇବ ଇତ୍ୟାଦି ପ୍ରୋଲଭନ ଦେଖାଇ ଲୋକମାନଙ୍କୁ ଠକି ଦେଇଥାନ୍ତି। ତେଣୁ ଫେସବୁକ, ଇନଷ୍ଟାଗ୍ରାମ, ୱଟ୍ଆପ୍ ସୋସିଲ ମିଡିଆ ଇତ୍ୟାଦି ବ୍ୟବହାର କରିବା ପୂର୍ବରୁ ପ୍ରଥମେ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି କହିଥିଲେ। ଏହା ବ୍ୟତୀତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଯୌତୁକ ନିରୋଧ ଆଇନ ଏକ କେନ୍ଦ୍ରୀୟ ଆଇନ ଯାହା ଭାରତରେ ଯୌତୁକ ଦେବା, ନେବା କିମ୍ବା ଦାବି କରିବା ଏକ ଫୌଜଦାରୀ ଅପରାଧ ଏହା ଯୌତୁକକୁ ବିବାହ ସମ୍ପର୍କରେ ବିବାହ ସମୟରେ, ପୂର୍ବରୁ କିମ୍ବା ପରେ ଯେକୌଣସି ସମୟରେ ଅନ୍ୟ ପକ୍ଷକୁ (କିମ୍ବା ସେମାନଙ୍କ ପିତାମାତା/ଅଭିଭାବକଙ୍କ ଦ୍ୱାରା) ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ପ୍ରଦାନ କରାଯାଇଥିବା କିମ୍ବା ଦେବାକୁ ସମ୍ମତ ହୋଇଥିବା ଯେକୌଣସି ସମ୍ପତି କିମ୍ବା ମୂଲ୍ୟବାନ ସୁରକ୍ଷା ଭାବରେ ପରିଭାଷିତ କରେ। ଯେକେହି ଯୌତୁକ ଦିଅନ୍ତି, ନିଅନ୍ତି କିମ୍ବା ଯୌତୁକ ଦେବା ଏବଂ ନେବାରେ ପ୍ରୋତ୍ସାହିତ କରନ୍ତି ତାଙ୍କୁ ଜେଲଦଣ୍ଡ ଏବଂ ଜରିମାନା ଦେବାକୁ ପଡିବ। ପିତାମାତା କିମ୍ବା ଅଭିଭାବକଙ୍କଠାରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଯୌତୁକ ଦାବି କରିବା ମଧ୍ୟ କଠୋର ଦଣ୍ଡନୀୟ ଅଟେ । ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ଅଧକ୍ଷା ରୋଇ ହିଂସାରୁ ମହିଳା ସୁରକ୍ଷା ଆଇନ ହେଉଛି ଏକ ସାଧାରଣ ଆଇନ ଯାହା ଏକ ସହଭାଗୀ ପରିବାରରେ ନିର୍ଯ୍ୟାତନାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କ ପାଇଁ ଏକ ବ୍ୟାପକ ସୁରକ୍ଷା କବଚ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande