ନିୟନ୍ତ୍ରିତ ବଜାର କମିଟି ପରିଚାଳନା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
କେନ୍ଦ୍ରାପଡା, ୨୫ ସେପ୍ଟେମ୍ବର (ହି.ସ.)। କେନ୍ଦ୍ରାପଡା ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପରିଚାଳନା ପରିଷଦର ବୈଠକ ଜିଲ୍ଲାପାଳ ରଘୁରାମ ଆର୍. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବଜାର କମିଟିର ବିଭିନ୍ନ ସମସ୍ୟା ଓ ବିକାଶମୂଳକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଅ
ଆର୍ଏମ୍ସି ପରିଚାଳନା ପରିଷଦ ବୈଠକ ।


କେନ୍ଦ୍ରାପଡା, ୨୫ ସେପ୍ଟେମ୍ବର (ହି.ସ.)। କେନ୍ଦ୍ରାପଡା ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପରିଚାଳନା ପରିଷଦର ବୈଠକ ଜିଲ୍ଲାପାଳ ରଘୁରାମ ଆର୍. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବଜାର କମିଟିର ବିଭିନ୍ନ ସମସ୍ୟା ଓ ବିକାଶମୂଳକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ପରିଚାଳନା ପରିଷଦର ଉପସଭାପତି ବିଜୟ ପରିଡା, ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବିଦ୍ୟାଧର ବେହେରାଙ୍କ ସମେତ କମିଟିର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ।

ଦୀର୍ଘଦିନ ଧରି ବଜାର କମିଟି ପରିସରରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଘର ନେବା ପାଇଁ ଅଗ୍ରିମ ଟଙ୍କା ଦେଇଥିବା ବ୍ୟବସାୟୀମାନଙ୍କୁ ସେମାନଙ୍କ ଅଗ୍ରିମ ଟଙ୍କା ଫେରସ୍ତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ସେହିପରି, ବଜାର କମିଟି ପରିସରରେ ଥିବା କୋଲ୍ଡ ଷ୍ଟୋର ନିଲାମ ନେଇଥିବା ବ୍ୟକ୍ତିଙ୍କୁ ଏହା ଚଳାଇବା ପାଇଁ ଏକ ଜେନେରେଟର ଯୋଗାଇ ଦେବାକୁ ମଧ୍ୟ ସ୍ଥିର କରାଯାଇଛି।

ବୈଠକରେ ଗୋପଛକରେ ସପ୍ତାହରେ ଦୁଇଥର ଅନୁଷ୍ଠିତ ହେଉଥିବା ହାଟ ସମ୍ପର୍କିତ ସମସ୍ୟା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ହାଟକୁ ଆସୁଥିବା ବ୍ୟବସାୟୀମାନେ ଜାତୀୟ ରାଜପଥ ଉପରେ ଜବରଦଖଲ କରି ବସୁଥିବାରୁ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣା ଘଟୁଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ବ୍ୟବସାୟୀମାନଙ୍କୁ ଜାତୀୟ ରାଜପଥରୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏଥିସହିତ ଛତାହାଟରେ ଏକ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande