
ଜୟପୁର, ୨୬ ସେପ୍ଟେମ୍ବର (ହି.ସ.) - କୋଲାବିରା ବ୍ଲକ ସୋଡାମାଳ ପଂଚାୟତ ରେଙ୍ଗାଲପାଲି ସ୍ଥିତ ମା ଭୂଲକ୍ଷ୍ମୀ କୃଷକ ଉତ୍ପାଦନ ସମବାୟ ସମିତି ର ବାର୍ଷିକ ବୈଠକ ଗୁରୁବାର ଅନୁଷ୍ଚିତ ହୋଇଯାଇଛି । ସମିତି ର ସଭାପତି ଚୈତନ ବାଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକଙ୍କୁ ଲାଲାରାମ ଛତ୍ରିଆ ପରିଚାଳନା କରିଥିଲେ । ଶିଖା କୁଅଁର ସମବାୟ ର ବିବରଣୀ ପାଠ କରିଥିଲେ । ସାମ୍ବାଦିକ ସୁମନ୍ତ ଶେଖର ବହିଦାର ଓ ସୁକାନ୍ତ ସାହୁ, ପ୍ରଦୀପ ସୁନା, ମତ୍ସ୍ୟ ବିଭାଗ ଅଧିକାରୀ ସାମ୍ୟଜିତ ଜେନା, କୃଷି ଉଦ୍ୟାନ ବିଭାଗ ଅଧିକାରୀ କାହ୍ନୁ ଚରଣ ସାହୁ, କୃଷି ପରିଦର୍ଶିକା ଭଗବତୀ ବାଇଗା, ସମିତି ର ଉପସଭାପତି ଗୀତାଞ୍ଜଳି ମାଟିଆରୀ,ସମ୍ପାଦିକା ବିଳାସିନୀ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ କ୍ଷ ଏହିଅବସରରେ ସଫଲ ଚାଷୀ ନିରଞ୍ଜନ ପରେଖ, ଦମୟନ୍ତୀ ପଟେଲ ସନାତନ ପଟା, ଆନମାନେ ସୁବାସିନୀ କିସାନ, ରିତୁ ପରେଖ, ଚିନ୍ତାମଣି କିସାନ, ବିରଂଚି କିସାନ, ଗଣେଶ କିସାନଙ୍କୁ ସମ୍ମାନିତ କରାଯିବା ସହ ରାଶି ମଞ୍ଜି ବଂଟନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ