ଜଟଣୀରେ ଗଣେଶ ଭସାଣି ଉତ୍ସବ, ଦୁଲୁକୁଛି ଜଟଣୀ ସହର
ଖୋର୍ଦ୍ଧା, , 26 ସେପ୍ଟେମ୍ବର (ହି.ସ. ଆଜି ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଭସାଣି ଉତ୍ସବରେ ଦୁଲକୁଛି ଜଟଣୀ ସହର। ଗଣେଶ ଚତୁର୍ଥୀରୁ ଆରମ୍ଭ ୧୨ଦିନ ଧରି ଉତ୍ସବମୁଖର ହୋଇଥିଲା ଜଟଣୀ ସହର । ଶେଷରେ ବିଦାୟ ନେବେ ଗଣନାଥ । ଏଥିପାଇଁ ପୂଜା ମଣ୍ଡପ କର୍ମକର୍ତ୍ତା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁ
ଗଣେଶ


ଖୋର୍ଦ୍ଧା, , 26 ସେପ୍ଟେମ୍ବର (ହି.ସ. ଆଜି ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଭସାଣି ଉତ୍ସବରେ ଦୁଲକୁଛି ଜଟଣୀ ସହର। ଗଣେଶ ଚତୁର୍ଥୀରୁ ଆରମ୍ଭ ୧୨ଦିନ ଧରି ଉତ୍ସବମୁଖର ହୋଇଥିଲା ଜଟଣୀ ସହର । ଶେଷରେ ବିଦାୟ ନେବେ ଗଣନାଥ । ଏଥିପାଇଁ ପୂଜା ମଣ୍ଡପ କର୍ମକର୍ତ୍ତା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସମସ୍ତ ମେଢ଼ ସ୍ଥାନୀୟ ସୀତାରାମ ଛକରେ ପହଞ୍ଚିବା ପରେ ଆଗପଛ ହୋଇ ଧାଡ଼ିରେ ମୁଖ୍ୟ ରାସ୍ତା ଦେଇ ବିସର୍ଜନ ସ୍ଥଳକୁ ଶୋଭାଯାତ୍ରାରେ ବାହାରିଛନ୍ତି । ୪୦ ମଣ୍ଡପ ପକ୍ଷରୁ ବାଜା, ବାଣ,ରୋସଣି, ନୃତ୍ୟ ଗୀତରେ ଦୁଲୁକି ଉଠୁଛି ସହର । ଡିଜେମୁକ୍ତ ଓ ପ୍ରଦଷଣ ମୁକ୍ତ ଶୋଭାଯାତ୍ରାକୁ ସବୁ କମିଟି ଗୁରୁତ୍ୱ ଦେଇଛନ୍ତି । ବିସର୍ଜନ ପାଇଁ ଷଣ୍ଢପୁର ମୌଜାରେ ପୌର ପରିଷଦ ପକ୍ଷରୁ ୪ଟି ଅସ୍ଥାୟୀ ଜଳାଶୟ ସହିତ ସ୍ୱତନ୍ତ୍ର ରାସ୍ତା, ପ୍ରବେଶ ପ୍ରସ୍ଥାନ ଓ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି ।ଭସାଣି କମିଟି ସଭାପତି ସଂଗ୍ରାମ କେଶରୀ ରାଉତରାୟ ଶୁକ୍ରବାର ବିଭିନ୍ନ ପୂଜା ମଣ୍ଡପ ବୁଲି ପରମ୍ପରା ଅନୁଯାୟୀ ଗୁଆ, ନଡ଼ିଆ ଓ ଭୋଗ ହାଣ୍ଡି ଅର୍ପଣ କରି ନିମନ୍ତ୍ରଣ କରିଥିଲେ । ଶୃଙ୍ଖଳିତ ଭସାଣି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ୨ଜଣ ଅତିରିକ୍ତ ଡିସିପି, ୩ଜଣ ଏସିପି, ୧୧ଜଣ ଇନ୍ସପେକ୍ଟର, ଏସ୍ଆଇ ଓ ଏଏସ୍ଆଇ ୪୨ଜଣ ରହିବା ସହ ୧୫ପ୍ଲାଟୁନ୍ରୁ ଅଧିକ ଫୋର୍ସ ମୁତୟନ ହେବେ ବୋଲି ଇନ୍ସପେକ୍ଟର ଷ୍ଟାଲିନ ବିଶ୍ୱାଳ ସୂଚନା ଦେଇଛନ୍ତି । ଅପରାହ୍ନ ୪ଟାରୁ ମଣ୍ଡପରୁ ମେଢ଼ ବାହାରି ରାତି ୧୧ଟା ଭିତରେ ବିସର୍ଜନ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଭସାଣି ସମୟରେ ଭାରିଯାନ ଚଳାଚଳ ପାଇଁ ବିଭିନ୍ନ ରୁଟ୍ ପରିବର୍ତ୍ତନ କରାଯାଇଛି । କୁଦିଆରୀ ମହତାବ ନଗର, ଖୁଦୁପୁର ଛକ, ଷଣ୍ଢପୁର ହନୁମାନ ବାଟିକା ନିକଟରେ ଏହିସବୁ ଯାନକୁ ନିୟନ୍ତ୍ରଣ କରାଯାଇ ଅନ୍ୟ ମାର୍ଗରେ ଛଡ଼ାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande