



ବଲାଙ୍ଗିର, 26 ସେପ୍ଟେମ୍ବର (ହି.ସ.)
ବଲାଙ୍ଗିର ନରସିଂହ ମନ୍ଦିର ଗୁରୁ ଭାଇ ଭଉଣୀ ମାନଙ୍କ ପ୍ରଚେଷ୍ଟା ରେ ସ୍ଥାନିୟ ନରସିଂହ ବନ୍ଧ ନୃସିଂହ ଘାଟ ରେ ଆଜି ଭାଦ୍ରବ ଶୁକ୍ଳ ପୂର୍ଣ୍ଣମୀ ରେ ସନ୍ଧ୍ୟା ୬.୩୦ ରେ ଭକ୍ତ ମାନଂକ ଗହଣ ରେ ଗଙ୍ଗା ଆଳତି ଅନୁଷ୍ଟିତ ହୋଇ ଯାଇଚି।ମନ୍ଦିର ମହନ୍ତ ମହାରାଜ ଙ୍କ ଉପସ୍ଥିତି ରେ ପଣ୍ଡିତ ମନ୍ତ ପାଠ ଓ ଗଙ୍ଗା ଙ୍କ ଆଳତି ପାଠ ସହିତ ଘଣ୍ଟ ଶଙ୍ଖ ବାଦ୍ୟ ର ତାଳେ ତାଳେ ଦୁଇଟି ଆଳତି ନେ଼ଇ ଗଙ୍ଗାଙ୍କୁ ଆଳତି କରାଯାଇ ଥିଲା।ଅନେକ ଭକ୍ତ ମହିଳା ପୁରୁଷ ଶ୍ରଦ୍ଧା ପୂର୍ବକ ଆଳତି ଗାନ ସହିତ ଆଳତି କରିଥିଲେ। ବଲାଙ୍ଗିର ପୌରରିଷଦ ର ଅଧ୍ୟକ୍ଷା ଲିକା ସାହୁ, ୱାର୍ଡ କାଉନସିଲର ଏଥିରେ ଯୋଗ ଦେଉଥିଲେ। ଏହି ଆଳତି ଏଣିକି ପ୍ରତ୍ୟେକ ପୂର୍ଣ୍ଣମୀ ସନ୍ଧ୍ୟା ରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ପ୍ରତ୍ୟେକ ପରିବାର ନିଜେ ଘରୁ ଦୀପ ଆଳତି ନୈବେଦ୍ୟ ନେଇ ଗଙ୍ଗା ମାତା ଙ୍କ ଆଳତି ରେ ଭାଗ ନେବା ସହିତ ପୂଣ୍ୟ ଲାଭ କରିବା କୁ ଅନୁରୋଧ କରା ଯାଇଚି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ