
ବଲାଙ୍ଗିର 26 ସେପ୍ଟେମ୍ବର (ହି.ସ.)ଆଜି ଭାଦ୍ରବ ଶୁକ୍ଲ ପୂର୍ଣ୍ଣମୀ ତିଥି କୁ ଇନ୍ଦୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ। ଆଜିର ତିଥି ରେ ମହର୍ଷି ବେଦବ୍ୟାସ ମୂଳ ସଂସ୍କୃତ ରେ ଶ୍ରୀମଦ ଭାଗବତ ରଚନା କରିଥଲେ। ଆଜିର ଦିନରେ ସମସ୍ତ ମନ୍ଦିର ରେ ଏହି ଜନ୍ମ ଉତ୍ସବ କୁ ବିଶେଷ ପୂଜନ ଓ ଭାଗବତ ପାରାୟଣ ପାଇଁ ପଣ୍ଡିତ ମନଙ୍କୁ ନେଇ ଭାଗବତ ପାଠ ସହିତ ଅନ୍ତ୍ ମୁଖୀ ହୋଇ ଥାଏ।
ସ୍ଥାନିୟ ରାଧା ରାଣୀପଡ଼ା ସ୍ଥିତ ସର୍ବ ପୁରାତନ ରାଧା କୃଷ୍ଣ ମନ୍ଦିର ରେ ଏହି ଉତ୍ସବ ମନ୍ଦିର ପୂଜକ ଗୋକୁଳାନନ୍ଦ ମିଶ୍ରା ଙ୍କ ଉଦ୍ୟମ କ୍ରମେ ବଡି ଭୋର ରୁ ରାଧାକୃଷ୍ଣ ଙ୍କ ସମସ୍ତ ନୀତି କାନ୍ତି ପରେ ସ୍ୱତନ୍ତ ପୂଜା କର୍ମ ଅନୁଷ୍ଟିତ ହୋଇ ପଣ୍ଡିତ ମାନଙ୍କ ସେବା ପରେ ସମସ୍ତ ୨୨ ଜଣ ବ୍ରାହ୍ମଣ ଭାଗବତ ପୁରାଣ ପାଠ କରି ଥିଲେ । ଭକ୍ତ ମଣ୍ଡଳୀ ସହିତ ଅଞ୍ଚଳ ର ନରନାରୀ ଯୋଗଦାନ ସହିତ ପୁଷ୍ପାଞ୍ଜଳି ପରେ ପ୍ରସାଦ ଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ