ବିକଶିତ ଭାରତ ୨୦୪୭ ଶୀର୍ଷକ ଜାତୀୟ ଆଲୋଚନାଚକ୍ର
ଭୁବନ, ୨୬ ସେପ୍ଟେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆଇ କ୍ୟୁ ଏ ସି ଆନୁକୂଲ୍ୟରେ ବିକଶିତ ଭାରତ ୨୦୪୭ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଉଦଘାଟନ କରିଥିଲେ। ଡକ୍ଟର ମମତା ପାତ୍ର
ଉପସ୍ଥିତ ଛାତ୍ରୀ


ବିକଶିତ ଭାରତ


ଭୁବନ, ୨୬ ସେପ୍ଟେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆଇ କ୍ୟୁ ଏ ସି ଆନୁକୂଲ୍ୟରେ ବିକଶିତ ଭାରତ ୨୦୪୭ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଉଦଘାଟନ କରିଥିଲେ।

ଡକ୍ଟର ମମତା ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର ଓ ମୁଖ୍ୟବକ୍ତା ଭାବରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ଯୋଗଦେଇ ଆର୍ଥିକ, ସାମଜିକ ଓ ବିଜ୍ଞାନର ସାମୂହିକ ବିକାଶ ହୋଇପାରିଲେ ଆମେ ବିକଶିତ ଭାରତ ଗଠନ କରିପାରିବା ବୋଲି ମତବ୍ୟକ୍ତ କରିଥିଲେ। ମଙ୍ଗଳ ଗ୍ରହକୁ ଯିବା ସହ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ମଙ୍ଗଳ ସହ ପ୍ରକୃତି ଓ ପରିବେଶର ସୁରକ୍ଷା ହେଲେ ଆମେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବା ବୋଲି କହିଥିଲେ । ଅଧ୍ୟାପିକା ଡକ୍ଟର ନମିତା ଦାଶ ଧନ୍ଯବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande