
ବଲାଙ୍ଗିର, 26 ସେପ୍ଟେମ୍ବର (ହି.ସ.)
: ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂଆଖାଇ ଭେଟ ପ୍ରସ୍ତୁତି ବୈଠକ ଲୋଇସିଂହା ବ୍ଲକ ଅନ୍ତର୍ଗତ ହିରାପୁର ଠାରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଅନୀଲ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା କାର୍ଯ୍ୟକାରିଣୀ ଓ ବ୍ଲକ କଂଗ୍ରେସର ବହୁ ସଦସ୍ୟ ଉପସ୍ଥିତ ଥିଲେ।
ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଆସନ୍ତା *୪ ତାରିଖରେ ଲୋଇସିଂହା ଡାକବଙ୍ଗଳା ଠାରେ ନୂଆଖାଇ ସମ୍ବର୍ଦ୍ଧନା ସଭା* ଅନୁଷ୍ଠିତ ହେବ। ଏଥିରେ ସମସ୍ତ ବ୍ଲକରୁ ବହୁ ସଂଖ୍ୟକ କର୍ମକର୍ତ୍ତା ଉପସ୍ଥିତ ରହିବା ପାଇଁ ଜିଲ୍ଲା ସଭାପତି ଅନୁରୋଧ କରିଛନ୍ତି।
ଏତଦ୍ ବ୍ୟତୀତ ଆସନ୍ତା ସୋମବାର ୨୮ ତାରିଖରେ ନିର୍ବାଚନ କମିଶନଙ୍କ ଇସ୍ତଫା ଦାବିରେ ହେବାକୁ ଥିବା ବିକ୍ଷୋଭ ପ୍ରଦର୍ଶନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। ଏଥିରେ ରାଜ୍ୟ କଂଗ୍ରେସ ରାଜ୍ୟ ଉପସଭାପତି ଅର୍ଜୁନ ମୁଗ୍ରି, ଅଶୋକ କୁମାର ବାରିକ ଜିଲ୍ଲା ସାଧାରଣ ସମ୍ପାଦକ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଅଜିତ ପୁରୋହିତ ଭୋଳାନାଥ ମିର୍ଧା ତଥା ସମସ୍ତ ବ୍ଳକ ସଭାପତି ଏବଂ ଜିଲ୍ଲା କର୍ମକର୍ତ୍ତା ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ