
ଭଦ୍ରକ, ୨୬ ସେପ୍ଟେମ୍ବର (ହି.ସ.) - ଭଣ୍ଡାରିପୋଖରୀ ବ୍ଲକର ଦକ୍ଷିଣବାଡ ଗ୍ରାମ ବର୍ଷାଜଳରେ ବୁଡିଯାଇଛି। ଗୁରୁବାର ୧୨୫ ମି.ମି. ଓ ଶୁକ୍ରବାର ୫୦ମି.ମି. ବର୍ଷା ହୋଇଥିବାରୁ ବ୍ୟାପକ ବର୍ଷାଜଳ ନିଷ୍କାସିତ ହୋଇନପାରି ଗ୍ରାମକୁ ବୁଡାଇ ଦେଇଛି। ଏହି ଅଂଚଳର ଉଦବୃତତ୍ତବର୍ଷା ଜଳ ନିଷ୍କାସନ ପାଇଁ ଥିବା ପ୍ରାକୃତିକ ‘ଯଅ’ ନାଳ ଜବରଦଖଲ ଯୋଗୁଁ ସଙ୍କୁଚିତ ହୋଇଥିବା ଓ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ନିର୍ମିତ ‘ଯଅ’ନାଳ କଂକ୍ରିଟକରଣ ଉପଯୁକ୍ତ ଭାବେ କରାଯାଇନଥିବାରୁ ବର୍ଷା ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଛି। ରାଜପଥ ବ୍ୟତୀତ ଗ୍ରାମର ରାସ୍ତାଗୁଡିକ ବହୁମାତ୍ରାରେ ବୁଡି ରହିଛି। ଶାରଦା ବିଦ୍ୟାମନ୍ଦିର, ପ୍ରାଣୀଧନ ଚିକିତ୍ସାଳୟ ଆଦି ଜଳବନ୍ଦୀ ହୋଇଛି। ଏଥିଯୋଗୁଁ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ