ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳିଲା କେନ୍ଦୁଝର ବିଜେପି
କେନ୍ଦୁଝର, 26 ସେପ୍ଟେମ୍ବର (ହି.ସ.) ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ଅବସରରେ କେନ୍ଦୁଝର ଜିଲ୍ଲାର ସମସ୍ତ ମଣ୍ଡଳ ଏବଂ ବିଭିନ୍ନ ବୁଥ୍ ସ୍ତରରେ ଜୟନ୍ତୀ ପାଳନ କରାଯାଇଥିବା ବେଳେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ମଧ୍ୟ ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱ ରେ ସାମୁହିକ ମାଲ୍ୟା
Dindayal


କେନ୍ଦୁଝର, 26 ସେପ୍ଟେମ୍ବର (ହି.ସ.) ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ଅବସରରେ କେନ୍ଦୁଝର ଜିଲ୍ଲାର ସମସ୍ତ ମଣ୍ଡଳ ଏବଂ ବିଭିନ୍ନ ବୁଥ୍ ସ୍ତରରେ ଜୟନ୍ତୀ ପାଳନ କରାଯାଇଥିବା ବେଳେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ମଧ୍ୟ ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱ ରେ ସାମୁହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ ଯୋଗଦେଇ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଏବଂ ଯଶସ୍ୱିନୀ ବଳ ଉଭୟ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଚପଳା ମହାକୁଡ଼, ପୂର୍ବତନ ସାଧାରଣ ସମ୍ପାଦକ ସୁବ୍ରତ କୁମାର ମହାନ୍ତି, ରାଜେଶ ସିଂହ, ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମହାରଣା, ଜିଲ୍ଲା ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ,ହେମ ରଞ୍ଜନ ବାରିକ,ଟିକେଶ୍ୱର ଚନ୍ଦନ ଜେନା, ଯୁଗଳ କିଶୋର ମହାନ୍ତ, ସୁଶୀଲ କୁମାର ନାଏକ, ଦମ୍ବରୁ ମହାନ୍ତ,ହିମାଂଶୁ ପୁହାଣ,ପ୍ରମିଳା ମହାନ୍ତ, ଲଳିତା ବାରିକ,ସୌମ୍ୟ ରଞ୍ଜନ ମହାନ୍ତ,ମୁରଲୀଧର ନନ୍ଦ,ମନରଞ୍ଜନ ପଳେଇ, ନୀଳମଣି କର, ତରଣୀସେନ ମହାନ୍ତ,କାଳୁଚରଣ ସାହୁ ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande