ବର୍ଷା ହେଲେ ବିଜୁଳି ବିଭ୍ରାଟ, ଅସନ୍ତୋଷରେ ବେଲପାହାଡ଼ବାସୀ
Electricity problem in Belpahar
ବର୍ଷା ହେଲେ ବିଜୁଳି ବିଭ୍ରାଟ, ଅସନ୍ତୋଷରେ ବେଲପାହାଡ଼ବାସୀ


ଝାରସୁଗୁଡ଼ା, 26 ସେପ୍ଟେମ୍ବର (ହି.ସ.) ବେଲପାହାଡ଼ ଅଞ୍ଚଳରେ ବର୍ଷା ସମୟରେ ବାରମ୍ବାର ବିଦ୍ୟୁତ୍ ବିଚ୍ଛିନ୍ନ ହେଉଥିବାରୁ ସାଧାରଣ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ସାମାନ୍ୟ ବର୍ଷା ହେଲେ ମଧ୍ୟ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦିନକୁ ପ୍ରାୟ ୧୦ ରୁ ଅଧିକ ଥର ପର୍ଯ୍ୟନ୍ତ ବିଦ୍ୟୁତ୍ ବିଚ୍ଛିନ୍ନ ହେଉଛି। ଫଳରେ ଘରୋଇ କାର୍ଯ୍ୟ ସହ ବ୍ୟବସାୟିକ ପ୍ରତିଷ୍ଠାନ, ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ବିଭିନ୍ନ ଜରୁରୀ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ବର୍ଷା ସମୟରେ ଦୀର୍ଘ ସମୟ ବିଦ୍ୟୁତ୍ ନ ରହିବାରୁ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଉଛି।

ବିଦ୍ୟୁତ୍ ବିଭାଗର ତ୍ରୁଟି ଓ ଲାଇନ୍ ସମସ୍ୟାର ତୁରନ୍ତ ସମାଧାନ ହେଉନଥିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷା ସମୟରେ ବିଦ୍ୟୁତ୍ ବିଭ୍ରାଟକୁ ରୋକିବା ସହ ଲାଇନ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ବେଲପାହାଡ଼ବାସୀ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande