
ଜୟପୁର, ୨୬ ସେପ୍େଟମ୍ବର (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ ବୋରିଗୁମ୍ମା ଅଂଚଳର ଶ୍ରୀଧର ବିଷୋୟୀ ଓ କୁନ୍ଦୁରା ଅଂଚଳର ସାରଦ ଗଣ୍ଡ । ସୂଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନୀ ଧଡ୍ରିଗୁଡା ଓ ସଲପାରେ ଚଢାଉ କରିଛି । ଚଢାଉ କରି ୫୮ ଲିଟର ଦେଶି ମଦ ସହ ବାଇକ କୁ ଜବତ କରିଛି । ଦୁଇ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି