ଘରୋଇ ଯାତ୍ରୀବାହୀ ବସ୍ରେ ଗଞ୍ଜେଇ ଚାଲାଣ । ଅବକାରୀ ବିଭାଗର ଚଢ଼ାଉ ବେଳେ ଜବତ ହେଲା ୬୨ କେଜି ଗଞ୍ଜେଇ ୪ଗିରଫ
ବଲାଙ୍ଗିର 26 ସେପ୍ଟେମ୍ବର (ହି.ସ.) ଘରୋଇ ଯାତ୍ରୀବାହୀ ବସ୍ରେ ଗଞ୍ଜେଇ ଚାଲାଣ । ଅବକାରୀ ବିଭାଗର ଚଢ଼ାଉ ବେଳେ ଜବତ ହେଲା ୬୨ କେଜି ଗଞ୍ଜେଇ । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଅବକାରୀ ବିଭାଗ । କନ୍ଧମାଳରୁ ତୁଷୁରା ଦେଇ ବଲାଙ୍ଗିର ଆସୁଥିବା ‘ମହାଲକ୍ଷ୍ମୀ’ ନାମକ
ଘରୋଇ ଯାତ୍ରୀବାହୀ ବସ୍ରେ ଗଞ୍ଜେଇ ଚାଲାଣ । ଅବକାରୀ ବିଭାଗର ଚଢ଼ାଉ ବେଳେ ଜବତ ହେଲା ୬୨ କେଜି ଗଞ୍ଜେଇ ୪ଗିରଫ


ବଲାଙ୍ଗିର 26 ସେପ୍ଟେମ୍ବର (ହି.ସ.)

ଘରୋଇ ଯାତ୍ରୀବାହୀ ବସ୍ରେ ଗଞ୍ଜେଇ ଚାଲାଣ । ଅବକାରୀ ବିଭାଗର ଚଢ଼ାଉ ବେଳେ ଜବତ ହେଲା ୬୨ କେଜି ଗଞ୍ଜେଇ । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଅବକାରୀ ବିଭାଗ । କନ୍ଧମାଳରୁ ତୁଷୁରା ଦେଇ ବଲାଙ୍ଗିର ଆସୁଥିବା ‘ମହାଲକ୍ଷ୍ମୀ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଏହାପରେ ସ୍ୱତନ୍ତ୍ର ଟିମ୍ ବଲାଙ୍ଗିର ଭାଗୀରଥୀ ଛକ ନିକଟରେ ବସ୍କୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ୬୨ କେଜି ଗଞ୍ଜେଇ ଜବତ ହୋଇଥିଲା । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ଗୋଟିଏ ପରିବାରର ଅଜା, ଆଈ ଓ ନାତି ଥିବା ଅବକାରୀ ବିଭାଗ କହିଛି । ଅବକାରୀ ସୁପରିଣ୍ଡେଣ୍ଟ ଅର୍ଣ୍ଣପୂର୍ଣ୍ଣା ରଥଙ୍କ ସୂଚନା ଅନୁସାରେ, ମୋହନଗିରି ଅଞ୍ଚଳରୁ ଗଞ୍ଜେଇ ବଲାଙ୍ଗିର ଆସିବା ପରେ ଟ୍ରେନ୍ ଯୋଗେ ବାହାର ରାଜ୍ୟକୁ ଚାଲାଣ ହେବାର ଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୨୦ ହଜାର ଟଙ୍କା ବୋଲି ସୂଚନା ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande