
କେନ୍ଦୁଝର, ୨୬ ସେପ୍ଟେମ୍ବର (ହି.ସ.) - ଲଗାଣ ବର୍ଷାରେ ଦୁର୍ବଳ ହୋଇପଡ଼ିଥିବା ଏକ ଘର ଭୁଶୁଡ଼ି କୁକୁଡ଼ା ଭାଡ଼ି ଉପରେ ପଡିଯିବାରୁ ତାହାମଧ୍ୟ ମାଟିରେ ମିଶିଯାଇଛି, ଫଳରେ ୪୫ ଗୋଟି ସାନ ବଡ କୁକୁଡ଼ା ଙ୍କ ମୃତ୍ୟୁ ଘଟିଥିବାବେଳେ ଘରର ଆସବାବପତ୍ର ମଧ୍ୟ ଭାଙ୍ଗିରୁଜି ଯାଇଛି। ଏପରି ଘଟଣା ଘଟିଛି ଘଟଗାଁ ବ୍ଲକ୍ ପଇଦାପାଟଣା ଗ୍ରାମ ପଂଚାୟତ ଅଧୀନ,ଝାଟିଆଳି ସାହିରେ ଆଜି ସକାଳୁ ସାହିର ଶିରପାଣି ମହାନ୍ତ ଶୌଚ ହେବାପାଇଁ ବାହାରକୁ ଯାଇଥିବାବେଳେ ଘରଟି ହଠାତ୍ ଭୁଶୁଡ଼ି ଯାଇଥିଲା, କ୍ଷତିଗ୍ରସ୍ତ ପରିବାର କୁ ରାଜସ୍ୱ ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA