ଲଗାଣ ବର୍ଷାରେ ମାଛ ଘାଟି ରାସ୍ତା ବିପର୍ଯ୍ୟସ୍ତ, ୩ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ, ଓଡ୍ରାଫ୍-ଅଗ୍ନିଶମ ବାହିନୀର ରାସ୍ତା ସଫା
ମାଲକାନଗିରି, ୨୬ ସେପ୍ଟେମ୍ବର (ହି.ସ.)- ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ପଞ୍ଚାୟତର ମାଛ ଘାଟି ରାସ୍ତା ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡ଼ିଛି । ଘାଟି ରାସ୍ତା ଭୁଷୁଡିବା ସହ ବଡ଼ ବଡ଼ ଗଛ ଉପୁଡି ପଡ଼ି ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ୩
ଲଗାଣ ବର୍ଷାରେ ମାଛ ଘାଟି ରାସ୍ତା ବିପର୍ଯ୍ୟସ୍ତ,୩ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ, ଓଡ୍ରାଫ୍-


ମାଲକାନଗିରି, ୨୬ ସେପ୍ଟେମ୍ବର (ହି.ସ.)- ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ପଞ୍ଚାୟତର ମାଛ ଘାଟି ରାସ୍ତା ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡ଼ିଛି । ଘାଟି ରାସ୍ତା ଭୁଷୁଡିବା ସହ ବଡ଼ ବଡ଼ ଗଛ ଉପୁଡି ପଡ଼ି ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ୩ଟି ଗ୍ରାମ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଖବର ପାଇ ସମାଜସେବୀ ଅବଦୂତ ପ୍ରସାଦ ଦୁର୍ଗାଙ୍କ ସୂଚନା କ୍ରମେ ୧ମ ଆଇଆରବି ବାଟାଲିୟନର ଇନ୍ସପେକ୍ଟର ଶଙ୍କର ପ୍ରସାଦ ବେହେରାଙ୍କ ନେତୃତ୍ଵରେ ଓଡ୍ରାଫ୍ ରେସକ୍ୟୁ ଟିମ୍ ଓ କାଲିମେଳା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯବାନମାନେ ପଡିଥିବା ଗଛକୁ କାଟି ରାସ୍ତା ସଫା କରି ଯାତାୟାତ ସୁଗମ କରିଥିଲେ । ତେବେ ବନ୍ୟା ପାଣିରେ ରାସ୍ତାର ଅନେକ ଅଂଶ ଧୋଇ ହୋଇ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ସ୍ଥାୟୀ ମରାମତି ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande