
ଘଟଗାଁ, ୨୬ ସେପ୍ଟେମ୍ବର (ହି.ସ.)- ଲଗାଣ ବର୍ଷାରେ ମାଟି ନରମି ଖସି ପଡିଲା ଘର। ଘର ତଳେ ରହି ଯାଇଥିଲେ ପାଞ୍ଚ ଗାଈ ଗୋରୁ ସମେତ ଛେଳି କୁକୁଡ଼ା। ଲୋକଙ୍କ ସହଯୋଗରେ ଉଦ୍ଧାର ହୋଇଛନ୍ତି ସମସ୍ତ ଗାଈ ଗୋରୁ।
ପ୍ରକାଶ ଥାଉକି, ମଣତା ଗାଁରେ ଗତ କିଛି ଦିନ ହେଲା ଲଗାଣ ବର୍ଷାର ଅବପାତରେ ନରମି ଯିବାରୁ ଆଜି ମଧ୍ୟାହ୍ନରେ ଗାଁର ସଦାନନ୍ଦ ମହାନ୍ତଙ୍କ ଗୁହାଳ ଘର ସମ୍ପୂର୍ଣ ଗଳି ପଡିଥିଲା। ଯାହା ଫଳରେ ଗୁହାଳ ଭିତରେ ଚାପି ହୋଇ ରହିଯାଇଥିଲେ ଗାଈ ଗୋରୁ ଛେଳି କୁକୁଡ଼ା। ପଡୋଶୀ ମୁକେଶ ମହାନ୍ତ, ଅନନ୍ତ ମହାନ୍ତ, ପରମାନନ୍ଦ ମହାନ୍ତ, ପଟେଲ ମହାନ୍ତ ପ୍ରମୁଖ ଆସି ସୁରକ୍ଷିତ ଭାବରେ ଗୃହପାଳିତ ପଶୁ ପକ୍ଷୀ ଗୁଡିକୁ ଉଦ୍ଧାର କରିଥିଲେ। ଠିକ୍ ସେହିଭଳି ମାଟି ନରମ ଯୋଗୁ ଶିରପାଣି ମହାନ୍ତଙ୍କ ଘର ଉପରେ ଗଛ ପଡି ତିରିଶରୁ ଊର୍ଦ୍ଧ୍ଵ ଟାଇଲ ଭାଙ୍ଗି କ୍ଷୟକ୍ଷତି ହୋଇଥିବା ବେଳେ ଜନ ଜୀବନ ସୁରକ୍ଷିତ ଅଛନ୍ତି। କ୍ଷୟକ୍ଷତିର ଆକଳନ କରି ପ୍ରଶାସନ ତୁରନ୍ତ କ୍ଷତି ପୂରଣ ଯୋଗାଇଦେବାକୁ ଦାବୀ ହେଉଛି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ