
ଭୁବନେଶ୍ୱର, 26 ସେପ୍ଟେମ୍ବର (ହି.ସ.)- ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜୟନ୍ତୀରେ ତାଙ୍କୁ
ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ଓ ଉପମୁଖ୍ୟମନ୍ତ୍ରୀ ।
ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଏକ୍ସରେ ଏକ ବାର୍ତ୍ତା ଜାରି କରି
କହିଛନ୍ତି ଯେ, ମହାନ ସମାଜ ସଂସ୍କାରକ ଓ ଶିକ୍ଷାବିତ୍ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଜୀଙ୍କ
ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛି। ଶିକ୍ଷାର ପ୍ରସାର, ସାମାଜିକ ସଂସ୍କାର
ଏବଂ ମାନବୀୟ ମର୍ଯ୍ୟାଦାର ସୁରକ୍ଷା ପାଇଁ ତାଙ୍କର ଆଜୀବନ ପ୍ରୟାସ ପିଢ଼ି ପରେ ପିଢ଼ିକୁ
ପ୍ରେରଣା ଯୋଗାଇ ଆସୁଛି। ତାଙ୍କର କରୁଣା, ସାହସ ଓ ପ୍ରଗତିଶୀଳ ଚିନ୍ତାଧାରାର ମହାନ ଐତିହ୍ୟ ସର୍ବଦା ସ୍ମରଣୀୟ
ହୋଇ ରହିବ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି
କହିଛନ୍ତି ଯେ, ମହାନ ସମାଜ ସଂସ୍କାରକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜୟନ୍ତୀ ଅବସରରେ ତାଙ୍କୁ
ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛି। ଶିକ୍ଷା, ଯୁକ୍ତି ଓ କରୁଣାର ଶକ୍ତି ବଳରେ ସାମାଜିକ ରୂଢ଼ିବାଦକୁ ଚ୍ୟାଲେଞ୍ଜ
କରିଥିବା ସେ ଜଣେ ମହାନ ସଂସ୍କାରକ ଥିଲେ। ପ୍ରାଥମିକ ଶିକ୍ଷାର ପ୍ରସାର, ଅସ୍ପୃଶ୍ୟତା
ବିରୋଧରେ ସ୍ୱର ଉତ୍ତୋଳନ ଏବଂ ସାମାଜିକ ସଂସ୍କାର ଆଣିବା ଦିଗରେ ତାଙ୍କର ଅମୂଲ୍ୟ ଅବଦାନ ସର୍ବଦା
ସ୍ମରଣୀୟ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା