
ଝାରସୁଗୁଡ଼ା, 26 ସେପ୍ଟେମ୍ବର (ହି.ସ.) ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଖୁନ୍ତାମାଲ ଗ୍ରାମରେ ଆୟୋଜିତ ପବିତ୍ର ଭାଗବତ ସପ୍ତାହ କାର୍ଯ୍ୟକ୍ରମରେ ଶନିବାର ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ଭାଗବତ ପାଠ କରିଥିଲେ।
କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ତ୍ରିପାଠୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ପବିତ୍ର କଥାମୃତ ପାଠ କରିବା ସହ ଭାଗବତ ଶ୍ରବଣ କରିଥିଲେ। ଏହି ଅବସରରେ ଭାଗବତପ୍ରେମୀ ଭକ୍ତବୃନ୍ଦ ଓ ଗ୍ରାମବାସୀଙ୍କ ଶ୍ରଦ୍ଧା, ଭକ୍ତି ଏବଂ ଆଧ୍ୟାତ୍ମିକ ପରିବେଶ ଅତ୍ୟନ୍ତ ଶାନ୍ତିଦାୟକ ଥିବା ବିଧାୟକ ମତପ୍ରକାଶ କରିଥିଲେ।
ଭଗବାନଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ସେ ପ୍ରାର୍ଥନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ପାକେଲପଡ଼ା ମଣ୍ଡଳ ସଭାପତି କୁଳମଣି କିସାନ, ସମୀର ଦେଓ, ରାଜେଶ ବେହେରା, ପ୍ରତାପ ପଟେଲ, ହିରାଧର ସେଠ, ଗିରିଧାରୀ ସାହୁଙ୍କ ସମେତ ବହୁସଂଖ୍ୟାରେ ଭାଗବତପ୍ରେମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ