ବନ୍ୟା ଓ ପ୍ରବଳ ବର୍ଷାରେ ପ୍ରଭାବିତ ବଡ଼ିଗାଁ ପଂଚାୟତର ବିଭିନ୍ନ ଅଂଚଳ ପରିଦର୍ଶନ ଓ ବିପନ୍ନ ପରିବାରଙ୍କୁ ରିଲିଫ୍ ସହାୟତା ପ୍ରଦାନ
ଜୟପୁର, ୨୬ ସେପ୍ଟେମ୍ବର (ହି.ସ.) - ସମ୍ପ୍ରତି ପ୍ରବଳ ବର୍ଷା ଓ ବନ୍ୟାରେ ଜୟପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋରିଗୁମ୍ମା ବ୍ଲକ୍ର ବଡ଼ିଗାଁ ଗ୍ରାମ ପଂଚାୟତର ଭିତରବଡ଼ି, ଗୁରୁମାଇଗୁଡ଼ା ଓ ଟୋକିଗୁଡ଼ା ଅଂଚଳର ଅନେକ ପରିବାର ପ୍ରଭାବିତ ହୋଇଛନ୍ତି। ଚାଷଜମିରେ ପାଣି ପଶିବା ସହ ବିଭିନ୍ନ ଫସଲ ନଷ୍ଟ ହୋଇଥିବାର
ବନ୍ୟା ଓ ପ୍ରବଳ ବର୍ଷାରେ ପ୍ରଭାବିତ ବଡ଼ିଗାଁ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ପରିଦର୍ଶନ ଓ ବିପନ୍ନ ପରିବାରଙ୍କୁ ରିଲିଫ୍ ସହାୟତା ପ୍ରଦାନ


ଜୟପୁର, ୨୬ ସେପ୍ଟେମ୍ବର (ହି.ସ.) - ସମ୍ପ୍ରତି ପ୍ରବଳ ବର୍ଷା ଓ ବନ୍ୟାରେ ଜୟପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋରିଗୁମ୍ମା ବ୍ଲକ୍ର ବଡ଼ିଗାଁ ଗ୍ରାମ ପଂଚାୟତର ଭିତରବଡ଼ି, ଗୁରୁମାଇଗୁଡ଼ା ଓ ଟୋକିଗୁଡ଼ା ଅଂଚଳର ଅନେକ ପରିବାର ପ୍ରଭାବିତ ହୋଇଛନ୍ତି। ଚାଷଜମିରେ ପାଣି ପଶିବା ସହ ବିଭିନ୍ନ ଫସଲ ନଷ୍ଟ ହୋଇଥିବାରୁ ଚାଷୀ ଓ ସାଧାରଣ ପରିବାରମାନେ ଗଭୀର ଆର୍ôଥକ ଓ ମାନସିକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।

ଏହି କଠିନ ସମୟରେ ଲୋକଙ୍କ ଦୁଃଖ ଓ କ୍ଷୟକ୍ଷତିକୁ ନିଜ ଆଖିରେ ଦେଖିବା ସହ ପ୍ରଭାବିତ ପରିବାରମାନଙ୍କ ପାଖରେ ଠିଆ ହେବା ପାଇଁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବିଧାନସଭା କ୍ଷେତ୍ରର ବନ୍ୟା ପ୍ରଭାବିତ ଅଂଚଳରେ ପହଂଚିଥିଲେ।

ବିପନ୍ନ ପରିବାରମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ଅବଗତ ହେବା ସହ ତୁରନ୍ତ ଆବଶ୍ୟକ ସହାୟତା ପ୍ରଦାନ କରାଯାଇଥିଲା। ବିଧାୟକଙ୍କ ଉପସ୍ଥିତିରେ କଂଗ୍ରେସ ଦଳର ନେତା, କର୍ମୀ ଓ ସହଯୋଗୀମାନଙ୍କ ପକ୍ଷରୁ ପ୍ରଭାବିତ ଲୋକମାନଙ୍କୁ ସୁଖିଲା ଖାଦ୍ୟ ଓ ଆବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା।

ଏହି ସମୟରେ ଦେଖାଯାଇଥିବା ଲୋକଙ୍କ ଦୁଃଖ ଅତ୍ୟନ୍ତ ହୃଦୟସ୍ପର୍ଶୀ। ଯେଉଁ ଚାଷୀ ନିଜ ରକ୍ତ ଓ ଝାଳରେ ଫସଲ ଉତ୍ପାଦନ କରିଥିଲେ, ପ୍ରକୃତିର ଏହି ଅଚାନକ ବିପର୍ଯ୍ୟୟରେ ତାଙ୍କ ଆଶା ଓ ପରିଶ୍ରମ ପାଣିରେ ଭାସିଯାଇଛି। ଅନେକ ପରିବାରଙ୍କ ଆଖିରେ ଚିନ୍ତା ଓ ଅସହାୟତା ଦେଖିବାକୁ ମିଳିଛି।

ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଭାବିତ ପରିବାରମାନଙ୍କ କ୍ଷୟକ୍ଷତିର ଯଥାଶୀଘ୍ର ଆକଳନ କରି ଉଚିତ ସରକାରୀ ସହାୟତା, ଚାଷୀମାନଙ୍କୁ କ୍ଷତିପୂରଣ ଏବଂ ଆବଶ୍ୟକ ରିଲିଫ୍ ସୁବିଧା ପହଂଚାଇବା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande