ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ: ମନମୋହନ ସାମଲ
ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - ବଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁ ସାରା ରାଜ୍ୟରେ ପବନ, ବ୍ୟାପକ ବର୍ଷା ଲାଗି ରହିବା ସହ ବହୁ କ୍ଷୟକ୍ଷତି ହୋଇଛି । ଲଗାଣ ବର୍ଷା ଯୋଗୁ ରାଜ୍ୟର ସମସ୍ତ ନଦୀର ଜଳସ୍ତର ବଢ଼ି ପୁନର୍ବାର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ପୂର୍ବଭଳି ଏହି ପ୍ରାକୃତିକ ବିପର୍ଯ୍ୟୟ ମ
rfg


ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - ବଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁ ସାରା ରାଜ୍ୟରେ ପବନ, ବ୍ୟାପକ ବର୍ଷା ଲାଗି ରହିବା ସହ ବହୁ କ୍ଷୟକ୍ଷତି ହୋଇଛି । ଲଗାଣ ବର୍ଷା ଯୋଗୁ ରାଜ୍ୟର ସମସ୍ତ ନଦୀର ଜଳସ୍ତର ବଢ଼ି ପୁନର୍ବାର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ପୂର୍ବଭଳି ଏହି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ଯେଉଁଭଳି ଭାବେ ପ୍ରୟାସ କରୁଛନ୍ତି ତାହା ପ୍ରଶଂସନୀୟ ଅଟେ । ‘ଜିରୋ କାଜୁଆଲ୍ଟି’ ଉପରେ ଗୁରୁତ୍ୱ ଦିଆଯାଇ ତଳିଆ ଓ ଅସୁରକ୍ଷିତ ଅଂଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଅଂଚଳକୁ ସ୍ଥାନାନ୍ତର କରାଯାଉଛି । ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ପରିବେଷଣକୁ ପ୍ରାଧାନ୍ୟ ଦିଆଯିବା ସହ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି । ରାସ୍ତାଘାଟ ସଫା କରି ଯୋଗାଯୋଗ ପୁନଃକ୍ଷମ କରିବା, ବିଜୁଳି ଓ ପାନୀୟ ଜଳକୁ ଲୋକଙ୍କ ପାଖକୁ ପହଂଚାଇବା ଉପରେ ବର୍ତମାନ ଗୁରୁତ୍ୱ ଦିଆଯାଉଛି । ପ୍ରଭାବିତ ଅଂଚଳରେ ସ୍ଥିତି ସ୍ୱଭାବିକ କରିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତିରେ ପ୍ରୟାସ ଜାରି ରଖିଛନ୍ତିି । ଏନେଇ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପୁରା ଟିମ୍ କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଧନ୍ୟବାଦ ଜଣାଇଛନ୍ତି ।

ଏକ ପ୍ରେସ ବିବୃତିରେ ଶ୍ରୀ ସାମଲ ଦର୍ଶାଇଛନ୍ତି ଯେ, ଏହି ସମୟରେ ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବା। ଅବପାତ ହେଉ ବା ବନ୍ୟା ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟରେ ବିଜେପି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ସେବା, ସହାୟତା, ରିଲିଫ୍ କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ ଦଳର କାର୍ଯ୍ୟକର୍ତାମାନେ ପୂର୍ଣ୍ଣ ସହଯୋଗ କରନ୍ତୁ । ବିଶେଷ କରି ଜନସାଧାରଣ ଓ ପ୍ରାଣୀ ସଂପଦକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ, ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ ସହଯୋଗ କରିବାକୁ କାର୍ଯ୍ୟକର୍ତାମାନଙ୍କୁ ଶ୍ରୀ ସାମଲ ପରାମର୍ଶ ଦେଇଛନ୍ତି। ପ୍ରଶାସନ, ସରକାର, ଅଗ୍ନିଶମ, ଏନ୍ଡିଆରଏଫ, ଏସ୍ଡିଆରଏଫ୍ ଉଦ୍ଧାରକାରୀ ଦଳ ସହ ମିଶି ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ପାର୍ଟିର କାର୍ଯ୍ୟକର୍ତାମାନେ କାର୍ଯ୍ୟ କରିବାକୁ ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି । ସାମାଜିକ ସଂଗଠନଗୁଡିକ ମଧ୍ୟ ଏହୌି କାର୍ଯ୍ୟରେ ସହଯୋଗ କରନ୍ତୁ । ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଏହି କଠିନ ପରିସ୍ଥିତିର ମୁକାବିଲା କରିପାରିବା ବୋଲି ଶ୍ରୀ ସାମଲ ଉଲ୍ଲେଖ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande