ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ଵକୁ ଜାତୀୟ ସ୍ଵୀକୃତି; ମାଲକାନଗିରି ଜିଲ୍ଲା ପ୍ରଶାସନକୁ ମିଳିଲା ସ୍କଚ୍ ଆୱାର୍ଡ
ମାଲକାନଗିରି, ୨୬ ସେପ୍ଟେମ୍ବର (ହି.ସ.)- ପ୍ରଶାସନିକ ଦକ୍ଷତା ଏବଂ ଅଭିନବ ଯୁବ ସଶକ୍ତିକରଣ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏକ ଐତିହାସିକ ସଫଳତା ହାସଲ କରିଛି। ଜିଲ୍ଲାର ପ୍ରମୁଖ କାର୍ଯ୍ୟକ୍ରମ ପ୍ରଗତି ପଥେ ଯୁବ ମାଲକାନଗିରି ପାଇଁ ଆଜି ନୂଆଦିଲ୍ଲୀର ଲୋଧି ରୋଡ୍ ସ୍ଥିତ ଇଣ୍ଡିଆ ହାବିଟାଟ୍ ସ
ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଜାତୀୟ ସ୍ୱୀକୃତି; ମାଲକାନଗିରି ଜିଲ୍ଲା ପ୍ରଶାସନକୁ ମିଳିଲା ସ୍କଚ୍ ଆୱାର୍ଡ


ମାଲକାନଗିରି, ୨୬ ସେପ୍ଟେମ୍ବର (ହି.ସ.)- ପ୍ରଶାସନିକ ଦକ୍ଷତା ଏବଂ ଅଭିନବ ଯୁବ ସଶକ୍ତିକରଣ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏକ ଐତିହାସିକ ସଫଳତା ହାସଲ କରିଛି। ଜିଲ୍ଲାର ପ୍ରମୁଖ କାର୍ଯ୍ୟକ୍ରମ ପ୍ରଗତି ପଥେ ଯୁବ ମାଲକାନଗିରି ପାଇଁ ଆଜି ନୂଆଦିଲ୍ଲୀର ଲୋଧି ରୋଡ୍ ସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରଠାରେ ଆୟୋଜିତ ୧୧୦ତମ ସ୍କଚ୍ ସମିଟ୍ ରେ ଜିଲ୍ଲା ପ୍ରଶାସନକୁ ପ୍ରତିଷ୍ଠିତ ଜାତୀୟ ସ୍କଚ୍ ଆୱାର୍ଡ ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ନୂଆଦିଲ୍ଲୀଠାରେ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗୌରବମୟ ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ଜାତୀୟ ସ୍ୱୀକୃତି ପ୍ରାପ୍ତି ପରେ ଜିଲ୍ଲାପାଳ କହିଛନ୍ତି ଯେ, ଏହି ପୁରସ୍କାର ମାଲକାନଗିରିର ସମଗ୍ର କ୍ଷେତ୍ରସ୍ତରୀୟ ଟିମ୍ ର ଅକ୍ଲାନ୍ତ ପରିଶ୍ରମ, ସ୍ଥାନୀୟ ଯୁବପିଢ଼ିଙ୍କ ସକ୍ରିୟ ସହଭାଗିତା ଏବଂ ଓଡ଼ିଶା ସରକାରଙ୍କ ନିରନ୍ତର ମାର୍ଗଦର୍ଶନର ପରିଣାମ ଅଟେ। ପ୍ରଗତି ପଥେ ଯୁବ ମାଲକାନଗିରି କାର୍ଯ୍ୟକ୍ରମ ଜିଲ୍ଲାର ଯୁବସମାଜକୁ ସଶକ୍ତ ଓ ପ୍ରଗତି ପଥରେ ଆଗେଇ ନେବାରେ ସଫଳ ହୋଇଛି। ଏହି ଜାତୀୟ ସମ୍ମାନ ଆଗାମୀ ଦିନରେ ଜିଲ୍ଲାବାସୀଙ୍କ ସେବା, କଲ୍ୟାଣ ଓ ସମଗ୍ର ବିକାଶମୂଳକ କାର୍ଯ୍ୟକୁ ଆହୁରି ଅଧିକ ନିଷ୍ଠାର ସହ ତ୍ୱରାନ୍ୱିତ କରିବା ପାଇଁ ସମସ୍ତଙ୍କୁ ନୂତନ ପ୍ରେରଣା ଯୋଗାଇବ।

ନୂଆଦିଲ୍ଲୀରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସିଡିଓ-କମ୍-ଇଓ ଶ୍ରୀ ସରାବୁ ଏହି ସମ୍ମାନ ଗ୍ରହଣ କରିବା ପରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ଜିଲ୍ଲାପାଳଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ଅଭିନବ ଚିନ୍ତାଧାରା ଏବଂ ସମଗ୍ର ଟିମ୍ ର ଉତ୍ସର୍ଗୀକୃତ ନିଷ୍ଠା ଯୋଗୁଁ ଜାତୀୟ ସ୍ତରରେ ମାଲକାନଗିରି ଜିଲ୍ଲା ଏହି ଗୌରବ ହାସଲ ପାରିଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande