
ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୧୮ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ନୱାନାରେ ସର୍ବାଧିକ ୧୨୬.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ନବରଙ୍ଗପୁର ଜିଲ୍ଲାର ରାଇଘରରେ ୧୦୭.୦ ମି.ମି., ବାଲେଶ୍ୱର ଜିଲ୍ଲାର ଖଇରାରେ ୧୦୧.୦ ମି.ମି., ଔପଦାରେ ୯୬.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଭୁବନରେ ୮୩.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗିରେ ୮୧.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବିଜାତଳାରେ ୭୫.୦ ମି.ମି., ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ାରେ ୭୪.୮ ମି.ମି., କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରେ ୭୪.୦ ମି.ମି., ଗଞ୍ଜାମ ଜିଲ୍ଲାର ଗଞ୍ଜାମରେ ୭୩.୪ ମି.ମି., ମୟୂରଭଞ୍ଜ ଜିଲ୍ଲାର ରରୁଆଁରେ ୭୨.୦ ମି.ମି., କପ୍ତିପଦାରେ ୬୯.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡାରେ ୬୮.୧ ମି.ମି., ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ୬୭.୦ ମି.ମି. ଏବଂ କେନ୍ଦୁଝର ଜିଲ୍ଲାର ଶାହରପଡ଼ାରେ ୬୬.୪ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ