
ଝାରସୁଗୁଡ଼ା, ୨୬ ସେପ୍ଟେମ୍ବର (ହି.ସ.)- ସଦର ଥାନା ଅନ୍ତର୍ଗତ ଆଇବି ବ୍ରିଜ୍ ନିକଟରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ଖୁସି ଖାତୁନ (୩୦) ଏବଂ ତାଙ୍କ ସ୍ୱାମୀଙ୍କ ନାମ ନସିମ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଖୁସି ଖାତୁନ ତାଙ୍କ ସ୍ୱାମୀଙ୍କ ସହ ମୋଟରସାଇକେଲ୍ ଯୋଗେ ଝାରସୁଗୁଡ଼ାରୁ ବ୍ରଜରାଜନଗର ଅଭିମୁଖେ ଯାଉଥିଲେ। ପ୍ରାୟ ସକାଳ ୧୦ଟା ସମୟରେ ଆଇବି ବ୍ରିଜ୍ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କ ମୋଟରସାଇକେଲ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଖୁସି ଖାତୁନଙ୍କ ମୃତ୍ୟୁ ଘଟିଥିଲା। ମୃତ ଖୁସି ଖାତୁନଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ଅଧୀନସ୍ଥ ବଣ୍ଡେଗା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ସଦର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ି ସମ୍ପର୍କରେ ତଥ୍ୟ ଖୋଜାଖୋଜି ଚାଲିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ