ବର୍ଷା ଛାଡିଗଲା, ଦୁଃଖ ସରୁନି
ଗଞ୍ଜାମ, ୨୬ ସେପ୍ଟେମ୍ବର (ହି.ସ.)- ଲଗାଣ ବର୍ଷା ଛାଡିଗଲା। ତେବେ ଗଞ୍ଜାମ ଜନସାଧାରଣଙ୍କ ଦୁଃଖ ସରୁନି । ଏବେ ଖଲିକୋଟ ଅଞ୍ଚଳର କେତେକ ସ୍ଥାନରେ ରାସ୍ତା ଉପରେ ତିନିରୁ ଚାରିଫୁଟ ଉଚ୍ଚରେ ବର୍ଷାଜଳ ପ୍ରବାହିତ ହେଉଛି ଓ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଗୋପାଳପୁର ଅଞ୍ଚଳରେ ବହୁଗରୀବ ଲୋକଙ୍କ ଘରଦ୍ୱାର ଭା
ବର୍ଷା ଛାଡିଗଲା, ଦୁଃଖ ସରୁନି


ଗଞ୍ଜାମ, ୨୬ ସେପ୍ଟେମ୍ବର (ହି.ସ.)-

ଲଗାଣ ବର୍ଷା ଛାଡିଗଲା। ତେବେ ଗଞ୍ଜାମ ଜନସାଧାରଣଙ୍କ ଦୁଃଖ ସରୁନି । ଏବେ ଖଲିକୋଟ ଅଞ୍ଚଳର କେତେକ ସ୍ଥାନରେ ରାସ୍ତା ଉପରେ ତିନିରୁ ଚାରିଫୁଟ ଉଚ୍ଚରେ ବର୍ଷାଜଳ ପ୍ରବାହିତ ହେଉଛି ଓ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଗୋପାଳପୁର ଅଞ୍ଚଳରେ ବହୁଗରୀବ ଲୋକଙ୍କ ଘରଦ୍ୱାର ଭାଙ୍ଗି ଯାଇଛ। ଶହଶହ ହେକ୍ଟର ଧାନ ଫସଲ ବର୍ଷା ପାଣିରେ ବୁଡି ରହିଛି। ଶହଶହ ଏକର ଜମିରେ ଚାଷ କରାଯାଇଥିବା ଅର୍ଥକାରୀ ଫସଲ କୋବି, ଟମାଟୋ, ଲଙ୍କା, ବାଇଗଣ, କଦଳୀ, ଅମୃତ ଭଣ୍ଡା, ପୋଟଳ, କୁନ୍ଦୁରି, ଜହ୍ନି ପ୍ରଭୃତି ଗଛ ବର୍ଷାଜଳରେ ବୁଡି ପଚିସଢି ନଷ୍ଟ ହୋଇଥିବାରୁ ଛାଷୀଙ୍କ ମେରୁଦଣ୍ଡ ଭାଙ୍ଗି ପଡ଼ିଛି।

ଋଷିକୂଲ୍ୟା, ଵଡନଦୀ, ଘୋଡାହାଡ, ବାଘୁଆନଦୀ ଓ ଧନେଇ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ପାଣିଫୁଲି ରହିଛି। ସରକାରଙ୍କ ପକ୍ଷରୁ ଵର୍ଷା ଓ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରି ଜନସାଧାରଣ ଓ ଚାଷୀ ମାନଙ୍କୁ ସହାୟତା କରିବାକୁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande