ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ବୈଠକ
ବଲାଙ୍ଗିର, 26 ସେପ୍ଟେମ୍ବର (ହି.ସ.) ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ବୈଠକ କମିଟିର ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସାଧାରଣ ସଂପାଦକ ମଧୁସୁଦନ ନାୟକ ଗତ ଅଧିବେଶନର ବିବରଣୀ ପାଠ କରିଥିଲେ । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବିରେ ବଲାଙ୍ଗିରରେ ବ୍ୟାଙ୍କ କର୍ମଚାରୀଙ୍କ  ବିକ୍ଷୋଭ


ବଲାଙ୍ଗିର, 26 ସେପ୍ଟେମ୍ବର (ହି.ସ.)

ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ବୈଠକ କମିଟିର ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସାଧାରଣ ସଂପାଦକ ମଧୁସୁଦନ ନାୟକ ଗତ ଅଧିବେଶନର ବିବରଣୀ ପାଠ କରିଥିଲେ । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସଭାପତି ଡ.ମିଶ୍ର ନାଗରିକ କମିଟିର ରିନୁୱାଲ କାର୍ଯ୍ୟ ସଂପର୍କରେ ଦର୍ଶାଇବା ସହିତ ଏହା ଶେଷ ପର୍ଯ୍ୟାୟରେ ପହଂଚିଥିବା ସୂଚନା ପ୍ରଦାନ କରିଥିଲେ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଉତ୍ତମ ମାନର ଶିକ୍ଷାଦାନ, ସମସ୍ତ କର୍ମଚାରୀ ନିଯୁକ୍ତି ଓ ଜମି ରେକର୍ଡ ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରଫେସର ତରୁଣ କୁମାର ମିଶ୍ର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଭାଇସ ଚାନ୍ସସିଲର ନିକଟକୁ ଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ନାଗରିକ କମିଟିର ଚାପରେ ସରକାର ବଲାଙ୍ଗିର ସ୍ଥିତ ଆୟୁର୍ବେଦିକ ଫାର୍ମାସିକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୬୦ଲକ୍ଷ ଟଙ୍କା ଦେଇଛନ୍ତି । ଏହାକୁ ଆବଶ୍ୟକୀୟ ଅନୁଦାନ ଓ କର୍ମଚାରୀ ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିବା ପାଇଁ ଆୟୁର୍ବେଦ ଫାର୍ମାସିକୁ ଯାଇ ପୁଣି ଥରେ ଆଲୋଚନା କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ପ୍ରତିନିଧି ମଣ୍ଡଳି ସହିତ ଏ କାର୍ଯ୍ୟ ସଂପାଦନ କରିବାକୁ ଡ. ପ୍ରମୋଦ ମିଶ୍ରଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । ଜିଲ୍ଲା ସଦର ମହକୁମା ହସ୍ପିଟାଲ ଓ ଭୀମଭୋଇ ମେଡିକାଲ କଲେଜ କୁ ସଂଯୋଗ କରି ଟାଉନ ବସ ପ୍ରଚଳନ କରିବା ପାଇଁ ଟ୍ରାନ୍ସପୋର୍ଟ ବିଭାଗ ସହିତ ଆଲୋଚନା କରି ନାଗରିକ କମିଟି ପତ୍ର ପ୍ରେରଣ କରିଛି । ଏହା ଉପରେ ଟ୍ରାନ୍ସପୋର୍ଟ ବିଭାଗ କୌଣସି ପଦକ୍ଷେପ ଅଦ୍ୟାବଧି ଗ୍ରହଣ କରିନାହିଁ । ପୁଣି ଥରେ ବିଭାଗ ସହିତ ଆଲୋଚନା କରି ଏବଂ କାର୍ଯ୍ୟ ନ ହେଲେ ପ୍ରତି ସପ୍ତାହରେ ଥରେ ଲେଖାଏଁ ରିମାଇଣ୍ଡର ଦେବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସହରରେ ଡିଜେ ଜନିତ ଆତଙ୍କ ସୃଷ୍ଟି ହେଉଛି । ଡିଜେ ର ଉଚ୍ଚ ଶବ୍ଦ ସ୍ୱାସ୍ଥ୍ୟ ପକ୍ଷରେ ହାନିକାରକ ହେଉଥିବା ବେଳେ ଏହି ଶବ୍ଦ ମାଟିକୁ ଥରେଇ ଦେଉଥିବା କେତେକ ସଦସ୍ୟ ଅଭିଯୋଗ କରିଥିଲେ । ସୁତରାଂ ସାମାଜିକ ଉତ୍ସବ ଓ ଶୋଭାଯାତ୍ରା ମାନଙ୍କରେ ଡିଜେ ବନ୍ଦ କରିବା ପାଇଁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ସମସ୍ତ ଥାନାଧିକାରୀମାନଙ୍କୁ ଅନୁରୋଧ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଶେଷରେ ସଂପାଦକ ମଧୁସୁଦନ ନାୟକ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande