ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଝୁମ୍ପୁରା ଆନୁକୁଲ୍ୟରେ ସର୍ବଭାରତୀୟ ସ୍ତରରେ ୧୫୦ ତମ ପୂର୍ତ୍ତି ଅବସରରେ ନମାନି ଭାରତମ୍ ବନ୍ଦେ ମାତରମ୍ ଗାନ
କେନ୍ଦୁଝର, 26 ସେପ୍ଟେମ୍ବର (ହି.ସ.) ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଝୁମ୍ପୁରା ଆନୁକୁଲ୍ୟରେ ସର୍ବଭାରତୀୟ ସ୍ତରରେ ୧୫୦ ତମ ପୂର୍ତ୍ତି ଅବସରରେ ନମାନି ଭାରତମ୍ ବନ୍ଦେ ମାତରମ୍ ଗାନ ଠିକ ପୂର୍ବାହ୍ନ ୧୧ଘଟିକା ସମୟରେ ସାରା ଦେଶରେ ଏକ ସମୟରେ ଏକ ସ୍ଵରରେ ବନ୍ଦେ ମାତରମ୍ ଗାନ କରାଯାଉଛି । ସ୍ୱାଧୀନତା ସ
Ssm


କେନ୍ଦୁଝର, 26 ସେପ୍ଟେମ୍ବର (ହି.ସ.)

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଝୁମ୍ପୁରା ଆନୁକୁଲ୍ୟରେ ସର୍ବଭାରତୀୟ ସ୍ତରରେ ୧୫୦ ତମ ପୂର୍ତ୍ତି ଅବସରରେ ନମାନି ଭାରତମ୍ ବନ୍ଦେ ମାତରମ୍ ଗାନ ଠିକ ପୂର୍ବାହ୍ନ ୧୧ଘଟିକା ସମୟରେ ସାରା ଦେଶରେ ଏକ ସମୟରେ ଏକ ସ୍ଵରରେ ବନ୍ଦେ ମାତରମ୍ ଗାନ କରାଯାଉଛି । ସ୍ୱାଧୀନତା ସଂଗ୍ରାମର ଆଦ୍ୟ ରାଷ୍ଟ୍ରଗୀତ ବନ୍ଦେ ମାତରମ କାର୍ଯ୍ୟକ୍ରମରେ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପୁରୁଜିତ୍ ମୁନି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ତଥା ବିଶ୍ୱହିନ୍ଦୁ ପରିଷଦର ସକ୍ରିୟ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ କାହୁ ଚରଣ ମହାନ୍ତ ମହୋଦୟ । ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଠାକୁର ଚରଣ ମହାନ୍ତ ଯୋଗଦାନ କରି ବନ୍ଦେ ମାତରମ ର ଆଭିମୁଖ୍ୟ ତଥା ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ମହାନ୍ତ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଗଦାଧର ମହାନ୍ତ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପୁରୁଷୋତ୍ତମ ନାଏକ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଏତତ୍ ବ୍ୟତିତ ଶୁଭେଚ୍ଛୁ , ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ଶିକ୍ଷା ବିକାଶ ସମିତି ଯୋଜନା ଅନୁସାରେ କେନ୍ଦୁଝର ବିଭାଗର ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ଲଳିତ ମୋହନ ମହାନ୍ତ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆଚାର୍ଯ୍ୟା ସସ୍ମିତା ପ୍ରଧାନ । ଏ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ସଂଯୋଜନା କରିଥିଲେ ଆଚାର୍ଯ୍ୟ ଦୁଷ୍ମନ୍ତ କୁମାର ପ୍ରଧାନ ।ଶେଷରେ ସମସ୍ତ ଗୁରୁଜୀ, ଗୁରୁମା ସେବକ, ସେବିକା ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande