
କେନ୍ଦୁଝର, ୨୬ ସେପ୍ଟେମ୍ବର (ହି.ସ.) - ପାଟଣା ବ୍ଲକ୍ ଅଧୀନ ୪୯ ନ ଜାତୀୟ ରାଜପଥ ଚେମେଣା ନିକଟ ରେ ଆଜି ଭୋର୍ ସକାଳୁ କେନ୍ଦୁଝର ପଟୁ ଯଶିପୁର ଆଡ଼କୁ ଯାଉଥିବା ଏକ ଗୋରୁବୋଝେଇ ପିକଅପ୍ ଭାରସାମ୍ୟ ହରାଇ ଦୁର୍ଘଟଣା ହେବା ସହ ଓଲଟି ଯିବା ଫଳରେ ଘଟଣା ସ୍ଥଳରେ ୨ଟି ଗୋରୁଙ୍କ ପ୍ରାଣହାନି ହୋଇଛି, ଖବର ପାଇ ତୁରୁମୁଙ୍ଗା ଥାନା ଏ ଏସ ଆଇ ସୁରେଶ ସାହୁ ଘଟଣାସ୍ଥଳରେ ପହଂଚିବା ବେଳକୁ ମୃତ ଗୋରୁ ଦୁଇଟି ସହ ଆଉ ମାତ୍ର ୩ଟି ଗୋରୁ ଥିବାବେଳେ ଅନ୍ୟ ଗୋରୁଙ୍କୁ ନେଇ ଗୋରୁ ମାଫିଆ ଚମ୍ପଟ୍ ମାରିଥିବା ଲୋକେ ଦେଖିଥିଲେ, ତେବେ ପୋଲିସ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ପିକଅପ୍ ଟିକୁ ଜବତ କରିଥାନାକୁ ଅଣା ଯାଇଛି, ୩ଟି ଗୋରୁକୁ ଗୋଶାଳା ରେ ଛଡାଯିବ ବୋଲି ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA