ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ସମ୍ବଲପୁରରେ ହେବ 'ଓଏମସି ପୁରୀ ଉପକୂଳ ମାରାଥନ - ଓଡ଼ିଶା ପ୍ରୋମୋ ରନ୍'
ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସମ୍ବଲପୁରରେ ହେବ 'ଓଏମସି ପୁରୀ ଉପକୂଳ ମାରାଥନ - ଓଡ଼ିଶା ପ୍ରୋମୋ ରନ୍'
ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସମ୍ବଲପୁରରେ ହେବ 'ଓଏମସି ପୁରୀ ଉପକୂଳ ମାରାଥନ - ଓଡ଼ିଶା ପ୍ରୋମୋ ରନ୍'


ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସମ୍ବଲପୁରରେ ହେବ 'ଓଏମସି ପୁରୀ ଉପକୂଳ ମାରାଥନ - ଓଡ଼ିଶା ପ୍ରୋମୋ ରନ୍'


ସମ୍ବଲପୁର, ୨୬ ସେପ୍ଟେମ୍ବର (ହି.ସ.)- ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ଓଡ଼ିଶାର ସମୃଦ୍ଧ ଐତିହ୍ୟ, ସଂସ୍କୃତି ତଥା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟର ୩୦ରୁ ଊର୍ଦ୍ଧ୍ୱ ସହରରେ ସ୍ୱତନ୍ତ୍ର ଦୌଡ଼ର ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୨୭ ତାରିଖ ରବିବାର ଦିନ ସମ୍ବଲପୁର ଠାରେ 'ଓଏମସି ପୁରୀ ଉପକୂଳ ମାରାଥନ - ଓଡ଼ିଶା ପ୍ରୋମୋ ରନ୍' ଅନୁଷ୍ଠିତ ହେବ। ପର୍ଯ୍ୟଟନ ସଚେତନତା ଓ ଉତ୍ତମ ସ୍ୱାସ୍ଥ୍ୟ ବାର୍ତ୍ତା ନେଇ ଆୟୋଜିତ ଏହି ୫ କିଲୋମିଟର ବିଶିଷ୍ଟ ଦୌଡ଼ ସମ୍ବଲପୁରର ପ୍ରସିଦ୍ଧ ମା' ସମଲେଶ୍ୱରୀ ମନ୍ଦିର ନିକଟସ୍ଥ 'ରିଭର-ଭ୍ୟୁ' ପଏଣ୍ଟରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଅଂଶଗ୍ରହଣକାରୀ ମାନଙ୍କୁ ରବିବାର ଭୋର ୫ଟା୧୫ ସୁଦ୍ଧା ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହିବାକୁ ପଡ଼ିବ, ସକାଳ ୬ଟା ୩୦ ରେ ଦୌଡ଼ର ଶୁଭାରମ୍ଭ କରାଯିବ। ପ୍ରତିଯୋଗୀମାନଙ୍କ ପାଇଁ ଏଥିରେ ଅଂଶଗ୍ରହଣ ସମ୍ପୂର୍ଣ୍ଣ ମାଗଣା ରଖାଯାଇଥିବା ବେଳେ ପ୍ରଥମ ଆସିବା ଆଧାରରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ରେସ୍-ଟି'ସାର୍ଟ ପ୍ରଦାନ କରାଯିବ। ଏହା ସହିତ ଦୌଡ଼ ସମୟରେ ପାନୀୟ ଜଳ ସୁବିଧା (ହାଇଡ୍ରେସନ୍), ଦୌଡ଼ ପରେ ସ୍ୱାସ୍ଥ୍ୟପ୍ରଦ ଜଳଖିଆ ଏବଂ ସ୍ମୃତି ରକ୍ଷା ପାଇଁ ଫଟୋଗ୍ରାଫିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ପ୍ରୋମୋ ରନ୍ ରେ ସିଟ୍ ସଂଖ୍ୟା ସୀମିତ ଥିବାରୁ ଇଚ୍ଛୁକ ନାଗରିକ ତଥା କ୍ରୀଡ଼ାପ୍ରେମୀମାନେ ଅନ୍ଲାଇନ୍ ଲିଙ୍କ୍ (https://forms.gle/Bbmaop4MdwDqH23h9) ମାଧ୍ୟମରେ ଯଥାଶୀଘ୍ର ନିଜର ନାମ ପଞ୍ଜୀକରଣ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଓଡ଼ିଶାର ପର୍ଯ୍ୟଟନ ବିକାଶ ତଥା ସୁସ୍ଥ ଜୀବନଶୈଳୀ ଗଠନର ଏହି ମହତ୍ ପ୍ରୟାସରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସର୍ବସାଧାରଣଙ୍କ ସକ୍ରିୟ ସହଯୋଗ କାମନା କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande