
ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.)। ୭୨ତମ ବନ୍ୟପ୍ରାଣୀ ସପ୍ତାହ-୨୦୨୬ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଆର୍ପିଆର୍ସି, ଏକାମ୍ରକାନନଠାରେ ପ୍ରଥମ ଚନ୍ଦକା ଗ୍ରୀନ୍ ମାରାଥନ୍ ଆସନ୍ତାକାଲି ଅର୍ଥାତ୍ ୨୭ ସେପ୍ଟେମ୍ବର, ରବିବାର ଆୟୋଜିତ ହେବ।
ଏହି ମାରାଥନ୍ର ଉଦ୍ଦେଶ୍ୟ ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷା ପ୍ରତି ଜନସଚେତନତା ବୃଦ୍ଧି କରିବା ସହ ଏକ ସବୁଜ ଓ ସୁସ୍ଥ ଜୀବନଶୈଳୀ ପାଇଁ ସନ୍ଦେଶ ପ୍ରଦାନ କରିବା।
ମାରାଥନ୍ର ପୁରସ୍କାର ବିତରଣ ସମାରୋହ ସକାଳ ୮ଟାରୁ ଆର୍ପିଆର୍ସି, ଏକାମ୍ରକାନନ, ଭୁବନେଶ୍ୱରଠାରେ ଆରମ୍ଭ ହେବ। ଏହି ଅବସରରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ